ରାଜନୀତିରାଜ୍ୟ

ବାଚସ୍ପତି ସୁରମା ପାଢୀ

5
(1)

ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କଲେ ସୁରମା ପାଢୀ । ବରିଷ୍ଠ ବିଜେପି ନେତ୍ରୀ ତଥା ନୟାଗଡ ରଣପୁର ବିଧାୟିକା ସୁରମା ପାଢୀ । ଆଜି ବିଧାନସଭା ସ୍ବତନ୍ତ୍ର ଅଧିବେଶନର ଅନ୍ତିମ କାର୍ଯ୍ୟଦିବସ ଆରମ୍ଭ ହେବା ପରେ ସେ ସର୍ବସମ୍ମିତିକ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହୋଇ ଦାୟିତ୍ବ ଗ୍ରହଣ କରିଛନ୍ତି । କାମଚଳା ବାଚସ୍ପତି ରାଜା ସ୍ବାଇଁଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛି । ସଂସଦୀୟ ପ୍ରକ୍ରିୟା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ସୁରମା ହେଉଛନ୍ତି ରାଜ୍ୟର ଦ୍ବିତୀୟ ମହିଳା ବାଚସ୍ପତି ।

୧୯୮୮ ମସିହାରେ ସୁରମା ବିଜେପିରେ ଯୋଗ ଦେଇଥିଲେ । ୧୯୯୮ ରେ ସେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବରେ କାମ ଆରମ୍ଭ କରିଥିଲେ ।୨୦୦୦ ମସିହାରେ ଦଳ ତାଙ୍କୁ ସଂଗଠନର ରାଷ୍ଟ୍ରୀୟ ଦାୟିତ୍ବ ମଧ୍ୟ ଦେଇଥିଲା । ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ହୋଇଥିଲେ ସୁରମା । ୨୦୦୪ ମସିହାରେ ସୁରମା ବିଜେପି ଟିକଟରେ ନୟାଗଡ ଜିଲ୍ଲା ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ 13ଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାନସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିବା ସହ ନବୀନ ପଟ୍ଟନାୟକଙ୍କର ୨ୟ ମନ୍ତ୍ରିମଣ୍ଡଳରେ ସମବାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ପ୍ରଥମ ବିଜୟରେ ମନ୍ତ୍ରୀ ହୋଇଥିବା ସୁରମାଙ୍କୁ ପରବର୍ତ୍ତୀ ସମୟରେ ସିରିଜ ପରାଜର ସାମ୍ନ କରିବାକୁ ପଡିଥିଲା । 2009, 2014 ଓ 2019 ବିଧାନସଭା ନିର୍ବାଚନରେ ସେ କ୍ରମାଗତ ପରାଜିତ ହୋଇଥିଲେ । ଚଳିତ ନିର୍ବାଚନରେ ପୁଣିଥରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟ ହାସଲ କରିଥିଲେ ସୁରମା । ପ୍ରଥମ ବିଜୟରେ ମନ୍ତ୍ରୀ ପଦ ପାଇଥିବା ସୁରମା ଏଥର ଦ୍ବିତୀୟ ବିଜୟରେ ବାଚସ୍ପତି ପରି ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇଛନ୍ତି ।

How useful was this post?

Click on a star to rate it!

Average rating 5 / 5. Vote count: 1

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply