ଜେଲ ଭିତରକୁ ଫିଙ୍ଗିଲେ ଡିଟେକ୍ଟ ହେବ ଜିନିଷ
ନିଶା ଦ୍ରବ୍ୟ କିମ୍ବା କୌଣସି ସନ୍ଦେହ ଜିନିକ ପଦାର୍ଥ ଫିଙ୍ଗିଲେ ହେବ ଡିକ୍ଟେକ୍ଟ । ରାଜ୍ୟରେ ପ୍ରଥମ ଥର ପାଇ ଜେଲରେ ଲାଗିଲା AI କ୍ୟାମେରା ।
ଢେଙ୍କାନାଳ ଜେଲରେ ସଫଳ ହେଲା ପରୀକ୍ଷଣ । ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲରେ ଲଗାଇବାକୁ ଯୋଜନା । ପ୍ରତି ଜେଲରେ ୧୬ଟି ଲେଖାଏଁ ଲଗାଇବାକୁ ଯୋଜନା ରହିଛି ।
ପ୍ରଥମ ପର୍ଯ୍ୟାୟ ସଫଳ ପରିକ୍ଷଣ ପରେ ଆଗକୁ ଅନ୍ୟ ଜେଲରେ ଲାଗିବ । ଫଳରେ ଆଗକୁ କଏଦୀଙ୍କ ଫେରାର ରୋକାଯାଇ ପାରିବ । ଏପରିକି କଏଦୀଙ୍କ ମଧ୍ୟରେ କୌଣସି ସଂଦେହ ଜନକ ଗତିବିଧି ହେଲେ ବଜର୍ ବାଜିବ ।
ଏହା ଦ୍ବାରା ଜେଲ କର୍ତ୍ତୃପକ୍ଷ ଆଲର୍ଟ ହୋଇପାରିବେ । ଦ୍ୱୀତିୟ ପର୍ଯ୍ୟାୟରେ ୪ଟି ବଡ଼ ଜେଲରେ ଲାଗିବ । ଯେଉଁଠି ୩୨ଟି ଲେଖାଏଁ କ୍ୟାମେରା ଲାଗିବ।ଝାରପଡ଼ା,ଚୋଦ୍ବାର,ସମ୍ବଲପୁର ,ବ୍ରହ୍ମପୁର ଜେଲ ରହିଛି ।
ଏନେଇ ସୂଚନା ଦେଇଛନ୍ତି ଡିଆଇଜି ବୀରେନ ସାହୁ । କହିଛନ୍ତି ଜେଲରେ AI ପାଓ୍ବାରଡ ସିକ୍ୟୁରିଟି ସିଷ୍ଟମ ଲାଗୁ ହୋଇଛି । ବିଭିନ୍ନ ସମୟରେ ଜେଲକୁ ନଜର ଗତିବିଧି ରଖିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଏପରି ଲଗାଯାଇଛି ।
୧୮ଟି ଜେଲରେ ଲଗାଯିବ।ପାଇଲଟ ପ୍ରୋଜେକ୍ଟରେ ଢେଙ୍କାନାଳ ଜେଲରେ ସଫଳ ହୋଇଛି । ଡ଼ିଜିଙ୍କ ନିର୍ଦ୍ଦେଶ କ୍ରମେ ଲଗାଯାଇଛି। ଟେଷ୍ଟିଂ ସଫଳ ହୋଇଛି । ବାକି ୧୭ଟି ଜେଲରେ ଲଗାଇବାକୁ ନିର୍ଦୃଶ ଦିଆଯାଇଛି
