ସିକନ୍ଦରାବାଦ୍-ସାଲିମାର୍ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନ୍ଚ୍ୟୁତ୍
ଆଜି ସକାଳେ ପଶ୍ଚିମବଙ୍ଗର ହାୱଡ଼ା ନିକଟରେ ସିକନ୍ଦରାବାଦ୍-ସାଲିମାର୍ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି କୋଚ୍ ଲାଇନ୍ଚ୍ୟୁତ୍ ହୋଇଛି। ଏହି ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍ଟି କୋଲକାତାରୁ ୪୦ କିଲୋମିଟର୍ ଦୂରରେ ଥିବା ନାଲପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଏନେଇ ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ କହିଛି, “ପାର୍ସଲ୍ ଭ୍ୟାନ୍ ଏବଂ ୨୨୮୫୦ ସିକନ୍ଦରାବାଦ୍-ସାଲିମାର୍ ସାପ୍ତାହିକ ଏକ୍ସପ୍ରେସର ଦୁଇଟି କୋଚ୍ ଖରାଗପୁର ଡିଭିଜନର ନାଲପୁର ଷ୍ଟେସନ ଦେଇ ଯାଉଥିବା ବେଳେ ଆଜି ସକାଳ ୫.୩୧ରେ ଦୁର୍ଘଟଣାଗ୍ରସ୍ତ ହୋଇଛି।ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଓ ମରାମତି କାର୍ଯ୍ୟ କରୁଛି ରେଳ ବିଭାଗ। ଏହି ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାସ୍ଥଳରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଏକ ଟ୍ରେନ୍ ଓ ଡାକ୍ତରୀ ସୁବିଧା ପହଞ୍ଚା ଯାଇଛି। ତେବେ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟରେ ଛାଡ଼ିବା ପାଇଁ ବସ୍ ବି ଯୋଗାଡ଼ କରାଯାଇଛି।
Related posts:
ଜିନ୍ଦଲ ଷ୍ଟେନ୍ଲେସକୁ ସ୍ବର୍ଣ୍ଣ ପୁରସ୍କାରDecember 6, 2024
ସୁନା ଭଣ୍ଡାର ବଢାଇଲା ଭାରତDecember 6, 2024
ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ହେମନ୍ତ ସୋରେନ୍December 6, 2024
କଂଗ୍ରେସ ଏମ୍ପି ବସିବା ସିଟ୍ରୁ ମିଳିଲା ନୋଟ ବିଡାDecember 6, 2024
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବିସDecember 5, 2024
ମହାରାଷ୍ଟ୍ରରେ ଆଜିଠୁ ଫଡନାଭିସ ସରକାରDecember 5, 2024