ପୋଲିସ ଏନକାଉଣ୍ଟରରେ ଟପ୍ ମାଓ ହିଡ଼ମା ନିହତ
ପୋଲିସ ଏନକାଉଣ୍ଟରରେ ହିଡ଼ମା ନିହତ । ହିଡ଼ମା ମୁଣ୍ଡରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ପୁରସ୍କାର ଥିଲା । ଗତ ୯ ତାରିଖରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ନେସନାଲ ପାର୍କରେ ଏନକାଉଣ୍ଟର ବେଳେ ୩୧ ମାଓବାଦୀ ନିହତ ହୋଇଥିଲେ । ଏଥିରେ ହିଡ଼ମା ମାଣ୍ଡବି ନିହତ ହୋଇଥିବା ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ ବେଳେ ଟପ ମାଓ ନେତା ହିଡ଼ମାର ପରିଚୟ ମିଳିଛି ।
ସୂଚନା ଅନୁସାରେ ନିକଟରେ ଟପ୍ ମାଓବାଦୀ ହିଡ଼ମାକୁ ବଡ଼ ପଦବୀରୁ ହଟାଇଥିଲା ମାଓ ସଂଗଠନ । ଅନେକ ଟପ୍ ମାଓବାଦୀ ଏନକାଉଣ୍ଟରରେ ନିହତ ହେବା ପରେ ହିଡ଼ମାକୁ ପଦବୀରୁ ହଟାଯାଇଥିଲା ।
ଗରିୟାବନ୍ଧ ଏନକାଉଣ୍ଟର, ବିଜାପୁର ଏନକାଉଣ୍ଟରରେ ଅନେକ ଟପ କ୍ୟାଡ଼ର ମାଓବାଦୀ ନିହତ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ହିଡ଼ମା ମାଓ କ୍ୟାମ୍ପରୁ ଛତ୍ର ଭଙ୍ଗ ଦେଇ ଖସି ପଳାଇଥିଲା ।
ଏହାପରେ ମାଓ ସଙ୍ଗଠନ ହିଡ଼ମାକୁ ପଦଚ୍ୟୁତ କରିଥିଲା । ଛତିଶଗଡ଼ରେ ଦୁଇଟି ବଡ଼ ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ଥିଲା ହିଡ଼ମା । ତେବେ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ନେସନାଲ ପାର୍କରେ ଏନକାଉଣ୍ଟର ବେଳେ ୩୧ ମାଓବାଦୀଙ୍କ ସହ ହିଡ଼ମାର ନିହତ ହୋଇଥିଲା ।