ଜାତୀୟ

ଆତଙ୍କି ଲିଙ୍କ ରେ ଟ୍ରମ୍ପ

0
(0)

ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ତରଫରୁ ଦୁଇ ଆତଙ୍କବାଦୀ ଇସମାଇଲ ଶୟର ଓ ଶେଖ୍ ହମଜାକୁ ହ୍ୱାଇଟ ହାଉସର ଧାର୍ମିକ ସ୍ୱତନ୍ତ୍ରତା ଆୟୋଗର ପରାମର୍ଶଦାତା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଏହାର ଖୁଲାସା ସର୍ବପ୍ରଥମେ ସାମ୍ବାଦିକ ଲାରା ଲୁମର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଶୟର ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ଥିବା ଅଭିଯୋଗରେ ୧୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହୋଇଥିଲେ । ଶୟର ଆତଙ୍କବାଦୀ ଗତିବିଧି ସହ ଜଡିତ ଥିବା ଅଭିଯୋଗ ଥିଲା । ଶୟର ଆମେରିକା ବିରୋଧରେଟ୍ର ଯୁଦ୍ଧ କରିବାକୁ ଷଡଯନ୍ତ୍ର କରିଥିଲା ଓ ୨୦୦୩ ରେ ଅଲ-କାଏଦା ଓ ଲସ୍କର-ଏ – ତୋଏବାକୁ ସହାୟତା ପ୍ରଦାନ କରିଥିଲା ।

ସେହିଭଳି ଅନ୍ୟଜଣଙ୍କ ହେଉଛନ୍ତି ଶେଖ ହମଜା କାର୍ଲିଫର୍ଣ୍ଣିଆର ଜେତୁନା କଲେଜର ସହ ସଂସ୍ଥାପକ । ଏହା ସହ ସେ ଜଣେ ଇସଲାମିକ ଆତଙ୍କବାଦୀ । ପତ୍ରକାର ଲାରା ଲୁମରଙ୍କ ମୁତାବକ ଶେଖ ହମଜା ହମାସ ଓ ମୁସଲିମ୍ ବ୍ରଦରହୁଡ ସହିତ ଜଡିତ ଥିଲେ । ୯/୧୧ ଆକ୍ରମଣ ପୂର୍ବରୁ ଜମିଲ-ଅଲ-ଅମିନ୍ ପାଇଁ ଏକ ଫଣ୍ଡରେଜର ଇଭେଣ୍ଟରେ ଭାଷଣ ଦେଇଥିଲେ । ଏହି ଭାଷଣରେ ଜମିଲ-ଅଲ-ଅମିନ ବିରୋଧରେ ଆମେରିକା ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE