ଜାତୀୟ

ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଓ ୯ ଜଣଙ୍କୁ ମିଳିବ ସାହସିକତା ପଦକ

0
(0)

ସ୍ୱାଧୀନତା ଦିବସ ଅବସରରେ ଦେଶରେ ବୀରତା ଏବଂ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧,୦୯୦ ଜଣ ପୁଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ ସାହସିକତା ତଥା ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏହି ସମ୍ମାନ ଦେଶ ସେବାରେ ସାହସିକତା ଏବଂ ସମର୍ପଣ ଭାବ ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ।

ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୯ ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ। ଏଏସ୍‌ପି ରବୀନ୍ଦ୍ର ପଣ୍ଡା ଏବଂ କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ସେହିପରି ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିବ।ରାଜ୍ୟର ୧୧ ଜଣ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ। ସେସବୁ ଅଧିକାରୀମାନେ ହେଲେ ସହକାରୀ ମହାନିରୀକ୍ଷକ ମହେଶ୍ୱର ସେଠି; ଅତିରିକ୍ତ ପୁଲିସ ଅଧୀକ୍ଷକ ପ୍ରଦୀପ କୁମାର ପ୍ରଧାନ; ଅତିରିକ୍ତ ପୁଲିସ ଅଧୀକ୍ଷକ ଦେବେନ୍ଦ୍ର ନାରାୟଣ ଦାଶ; ଉପ ପୁଲିସ ଅଧୀକ୍ଷକ ଆଶିଷ କୁମାର ରାଉତ; ଇନ୍ସପେକ୍ଟର ଏ ଶ୍ରୀନିବାସ ଦୋରା; ଉପ ପୁଲିସ ଅଧୀକ୍ଷକ ହେମାମାଳନୀ ନାୟକ, କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ; ଇନ୍ସପେକ୍ଟର ସନ୍ତୋଷ କୁମାର ମିର୍ଦ୍ଧା; ସହକାରୀ ସବ ଇନ୍ସପେକ୍ଟର ଅରୁଣ କୁମାର ସାମନ୍ତ; ସହକାରୀ ସବ ଇନ୍ସପେକ୍ଟର ଅରବିନ୍ଦ ଦାସ; ଏବଂ କନେଷ୍ଟବଳ ଚିନ୍ମୟୀ ରାଉତ।ଅଗ୍ନିଶମ ସେବାରେ, ଓଡିଶାର ୨ ଜଣ କର୍ମଚାରୀଙ୍କୁ ପ୍ରଶଂସନୀୟ ସେବା ଲାଗି ପଦକ ପ୍ରଦାନ କରାଯିବ।। ସେହିପରି, ଜଣେ କର୍ମଚାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୩ ଜଣଙ୍କୁ ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସରେ ପ୍ରଶଂସନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ। ସୁଧାର ସେବାରେ, ଜଣେ କର୍ମଚାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୨ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ମିଳିବ।
ଓଡ଼ିଶାର ନଅ ଜଣ ବୀରତ୍ୱ ପୁରସ୍କାର ପାଇବେ। ସେମାନଙ୍କ ମଧ୍ୟରେ ଜଣେ ସବ୍-ଇନ୍ସପେକ୍ଟର, ଜଣେ କନେଷ୍ଟବଳ, ଦୁଇଜଣ ଓଡ଼ିଶା ସହାୟକ ପୁଲିସ ଫୋର୍ସ (ଓଏପିଏଫ), ଜଣେ ହାବିଲଦାର ଏବଂ ଚାରି ଜଣ କମାଣ୍ଡୋ ଅଛନ୍ତି।
ସବ୍ -ଇନ୍ସପେକ୍ଟର ଅମରେଶ ଚନ୍ଦ୍ର ନରେନ୍ଦ୍ର, କନେଷ୍ଟବଳ ଜିତେନ୍ଦ୍ର କୁମାର ନାୟକ, ଓଏପିଏଫ ଅଜୁର୍ନ ମଲ୍ଲିକ, ଓଏପିଏଫ ଯୁଧିଷ୍ଠୀର ମଲ୍ଲିକ, ହାବିଲଦାର ଅଶ୍ବିନୀ କୁମାର ବାଗ୍, କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ କୁମାର ସାହୁ, ପ୍ରଦୀନ ଶେଷ୍ଠ ଏବଂ ଅଭିମନ୍ୟୁ ମାଝୀଙ୍କୁ ବୀରତ୍ୱ ପୁରସ୍କାର ପ୍ରଦାନ କରାଯିବ।

ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ମୋଟ ୨୩୩ ଜଣ କର୍ମଚାରୀଙ୍କୁ ବୀରତା ପଦକ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ୨୨୬ ଜଣ ପୁଲିସ, ୬ ଜଣ ଅଗ୍ନିଶମ ବାହିନୀ ଏବଂ ୧ ଜଣ ଗୃହରକ୍ଷୀ ଏବଂ ନାଗରିକ ପ୍ରତିରକ୍ଷା କର୍ମଚାରୀ ରହିଛନ୍ତି। ଜୀବନ ଏବଂ ସମ୍ପତ୍ତି ରକ୍ଷା, ଅପରାଧ ରୋକିବା କିମ୍ବା ଅପରାଧୀଙ୍କୁ ଧରିବାରେ ଅସାଧାରଣ ସାହସ ଦେଖାଇଥିବା ଲୋକଙ୍କୁ ବୀରତା ପଦକ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ପୁରସ୍କାରପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରେ ଜମ୍ମୁ ଏବଂ କଶ୍ମୀରର ୧୫୨ ଜଣ, ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ୫୪ ଜଣ, ଉତ୍ତର-ପୂର୍ବ ରାଜ୍ୟର ୩ ଜଣ ଏବଂ ଅନ୍ୟାନ୍ୟ ଅଞ୍ଚଳର ୨୪ ଜଣ ସାମିଲ ଅଛନ୍ତି।

ମୋଟ ୯୯ଜଣଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯିବ। ଏହି ସମ୍ମାନ ସେବା କ୍ଷେତ୍ରରେ ବିଶେଷ ଉଲ୍ଲେଖନୀୟ ରେକର୍ଡ ଥିବା କର୍ମଚାରୀଙ୍କୁ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ୮୯ ଜଣ ପୁଲିସ, ୫ଜଣ ଅଗ୍ନିଶମ ବାହିନୀ କର୍ମଚାରୀ, ୩ ଜଣ ନାଗରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ତଥା ୨ ଜଣ ସୁଧାର ସେବା କର୍ମଚାରୀ ଅଛନ୍ତି। ଏହି କର୍ମଚାରୀମାନେ ନିଷ୍ଠା ଏବଂ ବୃତ୍ତିଗତ ଉତ୍କର୍ଷତାର ସହିତ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି।ସେହିପରି ୭୫୮ ଜଣ କର୍ମଚାରୀଙ୍କୁ ପ୍ରଶଂସନୀୟ ସେବା ପଦକ ଅର୍ଥାତ୍ ମେରିଟୋରିଆସ୍ ସେବା ପଦକ (ଏମଏସଏମ) ପ୍ରଦାନ କରାଯିବ। ଏହି ପଦକ କର୍ତ୍ତବ୍ୟ ଏବଂ ସାଧନ ପ୍ରତି ସମର୍ପଣ ଭାବ ପାଇଁ ପ୍ରଦାନ କରାଯିବ। ଏଥିରେ ୬୩୫ ଜଣ ପୁଲିସ, ୫୧ ଜଣ ଅଗ୍ନିଶମ ବାହିନୀ, ୪୧ ଜଣ ନାଗରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ଏବଂ ୩୧ ଜଣ ସୁଧାର ସେବା କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ ଏବଂ କଶ୍ମୀର, ନକ୍ସଲ ପ୍ରଭାବିତ ଅଞ୍ଚଳ ଏବଂ ଦେଶର ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ ସୁରକ୍ଷା ବାହିନୀର କର୍ମଚାରୀମାନଙ୍କୁ ଚଳିତ ବର୍ଷ ବିଶେଷ ମାନ୍ୟତା ମିଳିଛି। ଏହି କ୍ଷେତ୍ରଗୁଡ଼ିକରେ ସେବା କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ, କାରଣ ଆତଙ୍କବାଦୀ ଆକ୍ରମଣ, ଉଗ୍ରବାଦୀ କାର୍ଯ୍ୟକଳାପ ଏବଂ ସୁରକ୍ଷା ଚ୍ୟାଲେଞ୍ଜ ପ୍ରାୟତଃ ଏଠାରେ ରହିଥାଏ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE