ଜାତୀୟ

ଫେମିନା ମିସ୍‌ ଇଣ୍ଡିଆ ୱର୍ଲଡ୍‌ ଟାଇଟଲ ଜିତିଲେ ନିକିତା ପୋଡ଼ୱାଲ

0
(0)

ଫେମିନା ମିସ୍‌ ଇଣ୍ଡିଆ ୱର୍ଲଡ୍‌-୨୦୨୪ ଟାଇଟଲ ଜିତିଛନ୍ତି ମଧ୍ୟପ୍ରଦେଶର ନିକିତା ପୋଡ଼ୱାଲ । ପରବର୍ତ୍ତୀ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ସେ ଦେଶକୁ ପ୍ରତିନିଧିତ୍ୱ କରିବେ । ଦାଦ୍ରା ଓ ନଗର ହାବେଲୀର ରେଖା ପାଣ୍ଡେ ଫାର୍ଷ୍ଟ ରନର୍‌-ଅପ୍‌ ହୋଇଥିବା ବେଳେ ଗୁଜରାଟର ଆୟୁଷି ଢୋଲକିଆ ୨ୟ ସ୍ଥାନ ହାସଲ କରିଛନ୍ତି । ଗତ ବୁଧବାର ରାତିରେ, ମୁମ୍ବାଇର ୱର୍ଲି ସ୍ଥିତ ଫେମସ୍‌ ଷ୍ଟୁଡିଓଜ୍‌ରେ ଭାରତର ସବୁଠୁ ଲୋକପ୍ରିୟ ୬୦ତମ ଫେମିନା ମିସ୍‌ ଇଣ୍ଡିଆ-୨୦୨୪ ଫିନାଲେ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ୨୯ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ୩୦ ପ୍ରତିଯୋଗୀ ଭାଗ ନେଇଥିଲେ ।

ଉଜ୍ଜୟିନୀ ବାସିନ୍ଦା ନିକିତା କାରମେଲ କନ୍‌ଭେଣ୍ଟ ସିନିଅର ସେକେଣ୍ଡାରୀ ସ୍କୁଲରେ ଅଧ୍ୟୟନ କରିଥିଲେ । ବର୍ତ୍ତମାନ ବଡୋଦ୍ରା ସ୍ଥିତ ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟରେ ସେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି । ଥିଏଟରରେ ୬୦ରୁ ଅଧିକ ନାଟକରେ ଅଭିନୟ କରି କଳା ପ୍ରତି ସେ ନିଜ ଭଲପାଇବାର ପ୍ରମାଣ ଦେଇଛନ୍ତି । ‘କୃଷ୍ଣ ଲୀଲା’ ଶୀର୍ଷକ ୨୫୦ ପୃଷ୍ଠାର ଏକ ନାଟକ ମଧ୍ୟ ସେ ନିଜେ ରଚନା କରିଛନ୍ତି । ମଞ୍ଚ ଅଭିନୟ ଯଦିଓ ତାଙ୍କର ପ୍ରଥମ ପ୍ରେମ, ସିନେମାଟୋଗ୍ରାଫିରେ ନିଜ କୌଶଳର ପ୍ରସାର ଲାଗି ସେ ଅତ୍ୟନ୍ତ ଇଚ୍ଛୁକ । ଏକ ଫିଚର୍‌ ଫିଲ୍ମରେ ସେ ଅଭିନୟ କରିଛନ୍ତି, ଯାହା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଛି । ଏହା ଥିଏଟରରୁ ସିନେ ଦୁନିଆକୁ ଆସିବାର ତାଙ୍କ ଯାତ୍ରା ଉପରେ ଆଲୋକପାତ କରିଛି । ସଞ୍ଜୟ ଲୀଲା ଭଂସାଲିଙ୍କ ଭଳି ନିର୍ଦ୍ଦେଶକଙ୍କ ସହ ବଡ଼ ପ୍ରୋଜେକ୍ଟରେ କାମ କରିବାକୁ ନିକିତା ଇଚ୍ଛୁକ ।

 

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *