ରାଜ୍ୟ

ଓଡ଼ିଶାରେ ନୀତିନ ଗଡ଼କରୀ

0
(0)

ଭୁବନେଶ୍ବରରେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପହଞ୍ଚିଛନ୍ତି। ଦିନିକିଆ ଓଡ଼ିଶା ଗସ୍ତରେ ଆସି ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଏହି ଅବସରରେ ସେ ଓଡ଼ିଶାକୁ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ। ସେ କଟକ ଏବଂ ଭୁବନେଶ୍ବରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ।

ଦିଲ୍ଲୀରୁ ସ୍ଵତନ୍ତ୍ର ବିମାନ ଯୋଗେ ଗଡକରୀ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହା ପରେ ସଡ଼କ ପଥ ଦେଇ କଟକ ଗସ୍ତରେ ଯିବେ।ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ସେମିନାରରେ ମେମୋରିଆଲ ଲେକ୍ଚର “ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ଆଣ୍ଟ ଓଡ଼ିଶା” ବିଷୟ ବସ୍ତୁ ଉପରେ ନିଜର ମତ ରଖିବେ।ଏହାପରେ କଟକରୁ ଭୁବନେଶ୍ଵର ଫେରି ଅପରାହ୍ନ ୧ ଟା ୪୫ ମିନିଟରେ ମଞ୍ଚେଶ୍ୱର ସ୍ଥିତ ” ୱାର୍ଲ୍ଡ ସ୍କିଲ୍ ସେଣ୍ଟର” କୁ ପରିଦର୍ଶନ କରିବାନେଇ ଗଡ଼କରୀଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଚି। ସେହିପରି ଅପରାହ୍ନ ୨ ଟା ୪୦ ରେ କିସ୍‌ରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ।

ଅପରାହ୍ନ ୩ ଟା ୧୫ ମିନିଟରେ ହୋଟେଲ ମେଫେୟାର ଲାଗୁନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଓଡିଶାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିବେ କେନ୍ଦ୍ର ପରିବହନ ମନ୍ତ୍ରୀ।ଏହା ପରେ ଅପରାହ୍ନ ୪ ଟା ୩୦ ମିନିଟରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିବେ। ଏଥିରେ ୨ହଜାର ୯୦୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୩ଟି ଜାତୀୟ ରାଜପଥ, ୪୨୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪ଟି ସିଆରଆଇଏଫ୍ ବ୍ରିଜର ଶିଳାନ୍ୟାସ ରହିଛି । ସେହିପରି ୮୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ଜାତୀୟ ରାଜପଥକୁ ନୀତିନ ଗଡ଼କରି ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE