ବାହାରିଲା ୟୁପିଏସସି ରେଜଲ୍ଟ, ଶକ୍ତି ଦୁବେ ଟପ୍ପର
ପ୍ରକାଶ ପାଇଲା ଭାରତୀୟ ପ୍ରଶାସନିକ ସେବା ରେଜଲ୍ଟ । ଶକ୍ତି ଦୁବେ ଆଇଏଏସ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ହର୍ଷିତା ଗୋୟଲ । ଡୋଙ୍ଗ ଅର୍ଚିତ ପରାଗ ତୃତୀୟ ସ୍ଥାନରେ ରହିଥିବାବେଳେ ଚତୁର୍ଥରେ ଚିରାଗ ଓ ପଞ୍ଚମରେ ଆକାଶ ଗର୍ଗ ରହିଛନ୍ତି । ସେହିପରି ଷଷ୍ଠ ସ୍ଥାନରେ କୋମଲ କୁନିଆ ଓ ସପ୍ତମରେ ଆୟୁଶି ବଂଶଲ ରହିଛନ୍ତି । ଅଷ୍ଟମରେ ରାଜକ୍ରୀଷ୍ଣା ଝା ରହିଥିବା ବେଳେ ନବମରେ ଆଦିତ୍ୟ ବିକ୍ରମ ଅଗ୍ରୱାଲ । ଦଶମ ସ୍ଥାନରେ ମୟଙ୍କ ତ୍ରିପାଠୀ ରହିଛନ୍ତି । ୪୮ତମ ସ୍ଥାନରେ ଓଡ଼ିଶାର ରିତିକା ରଥ ରହିଛନ୍ତି ।
