କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଶ ମଜୁମଦାରଙ୍କୁ ଧରିଲା ଭିଜିଲାନ୍ସ
ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଧିକାରୀ । କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଶ ମଜୁମଦାରଙ୍କୁ ଧରିଲା ଭିଜିଲାନ୍ସ ।
ବାବା ପଲିଟ୍ରେଡ୍ରସ ଲାଇସେନ୍ସ ରିନୁ ପାଇଁ ମାଲିକ ସଞ୍ଜୟ ପ୍ରଧାନଙ୍କୁ ବାରମ୍ବାର ହଇରାଣ କରୁଥିଲେ। ଆଗରୁ ୪୦ ହଜାର ଟଙ୍କା ନେଇଥିଲେ। ଆଉ ଅବଶିଷ୍ଟ ଟଙ୍କା ନେବାକୁ ଆଜି ସମୟ ଦେଇଥିଲେ । ନିର୍ଦ୍ଧାରିତ ସମୟରେ ଜାତୀୟ ରାଜପଥ ତିନିମୁହାଣୀ ଛକରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଅପେକ୍ଷା କରିଥିଲେ।
ସଞ୍ଜୟଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି। ଭିଜିଲାନସ୍ ଟିମ୍ ଭଡ଼ା ଘର, ପୈତୃକ ଘରେ ରେଡ କରିଛି । ଭିଜିଲାନସ୍ ଟିମ୍କୁ ଦେଖି କାନ୍ଦିବା ଆରମ୍ଭ କରିଥିଲେ ଫୁଡ୍ ସେଫ୍ଟି ଅଧିକାରୀ ।
Related posts:
ବର୍ଷାରେ ଭୁଶୁଡ଼ିଲା ଦୁର୍ଗା ପୂଜା ଲାଇଟ ଗେଟ୍October 6, 2024
ବିଜେଡି ନେତାଙ୍କୁ ୨୪ କୋଟି ୨୧ ଲକ୍ଷ ଟଙ୍କାରOctober 6, 2024
ରବିବାରଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀOctober 6, 2024
ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍October 6, 2024
୧୬,୦୦୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଲେ ନିଯୁକ୍ତିପତ୍ରOctober 5, 2024
ଭୁବନେଶ୍ଵରରେ କିସ୍ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ୟୁସିଭ ଶୋ’ରୁମ୍ର ଶୁଭାରମ୍ଭOctober 5, 2024