ମନୋରଞ୍ଜନ

ଜଣାପଡ଼ିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ

0
(0)

ସାଉଥ ଫିଲ୍ମ ଜଗତର ଜଣାଶୁଣା ଯୋଡ଼ି ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ସମ୍ପର୍କ ପୂର୍ବରୁ ଚର୍ଚ୍ଚାରେ ରହିଛି । ଉଭୟଙ୍କ ବିବାହ କେବେ ହେବ ଏହାକୁ ନେଇ ଫ୍ୟାନ୍ସମାନେ ବିଭିନ୍ନ ସମୟରେ ଗୁଜବମାନ ପ୍ରଚାର କରିଥାନ୍ତି । ଗତବର୍ଷ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଯଦିଓ ଏଯାବତ କୌଣସି ଅଫିସିଆଲ ସୂଚନା ଦେଇନାହାନ୍ତି । ମାତ୍ର ଗୁ୍ତରେ ନିର୍ବନ୍ଧ ସରିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫେବୃଆରୀ ୨ ତାରିଖରେ ହାତଗଣ୍ଠି ପଡ଼ିବ ବୋଲି ପ୍ରଥମେ ଚର୍ଚ୍ଚା ହୋଇଥିଲା । ମାତ୍ର ଏକ ଗୁଜବ ଥିଲା । ମାତ୍ର ଏଥରକ ଆଉ ଏକ କାର୍ଡ ଦେଖିବାକୁ ମିଳିଛି । ଯେଉଁଟି ସେମାନଙ୍କ ବିବାହ କାର୍ଡ ବୋଲି ଦାବି କରାଯାଉଛି ।

 

ଡିସେମ୍ବର ୨୬ ତାରିଖରେ ପଡ଼ିବ ହାତଗଣ୍ଠି । ଏଭଳି ଅନେକ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାର୍ଡରେ ମଧ୍ୟ ଏହି ତାରିଖ ଲେଖାଯାଇଛି । ଯେଉଁ ବିବାହ କାର୍ଯ୍ୟକ୍ରମରେ ନିକଟତମ ବନ୍ଧୁ ପରିଜନଙ୍କ ସହ ବହୁ ଭିଆଇପି ଅତିଥୀମାନେ ଯୋଗଦେବେ । ତେବେ ମାର୍ଚ୍ଚ ୪ ତାରିଖରେ ଏକ ଗ୍ରାଣ୍ଡ ରିସେପସନ ପାର୍ଟିରେ ଆୟୋଜନ କରାଯାଇଥିବା ଜଣା ପଡ଼ିଛି ।

 

ସେପଟେ ଏହି ବିବାହ ଚର୍ଚ୍ଚା ଭିତରେ ଉଭୟଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଛି । ସେମାନେ ଅଲଗା ଅଲଗା ଫ୍ଲାଇଟରେ ଆସିଥିବାବେଳେ ଗୋଟିଏ କାରରେ ମିଶି ଯାଇଥିଲେ । ଏଣୁ ବିବାହ ପାଇଁ ଉଭୟ କିଛି ସପିଂ ପାଇଁ ଯାଇଥିବା କୁହାଯାଉଛି । ହାଇଦ୍ରାବାଦରେ ସେମାନଙ୍କ ରିସେପସନ୍ ହେବ ବୋଲି ଚର୍ଚ୍ଚା ହେଉଛି । ଯେଉଁ କାର୍ଯ୍ୟକ୍ରମରେ ସାଉଥ ଫିଲ୍ମ ଜଗତର କଳାକାରଙ୍କ ସହ ବହୁ ଭିଆଇପି ଭିଭିଆଇପି ମାନେ ଯୋଗଦେବେ ବୋଲି କୁହାଯାଉଛି । ମାତ୍ର ଏଯାବତ ବିଜୟ କିମ୍ବା ରଶ୍ମିକା ଗଣମାଧ୍ୟମ ସମ୍ମୁଖରେ କୌଣସି ସୂଚନା ଦେଇନାହାନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE