ପେଟ ଓ ଛାତିରେ ଯନ୍ତ୍ରଣା ଯୋଗୁଁ ଡାକ୍ତରଖାନା ଗଲେ ବିକ୍ରମ
ପେଟ ଓ ଛାତିରେ ଯନ୍ତ୍ରଣା ଯୋଗୁଁ ଜେଲ୍ରୁ ଆଣି ପୁଣିଥରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମକେସିଜି ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି । ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି ।
କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ସର୍କଲ ଜେଲରୁ ଆଣି ମେଡିକାଲରେ ଭର୍ତ୍ତି କରିଛି ପୁଲିସ । ଘରୋଇ ଡାକ୍ତରଖାନାକୁ ରେଫର ହୋଇପାରନ୍ତି ବିକ୍ରମ ।ମଙ୍ଗଳବାର ଉନ୍ନତ ଚିକିତ୍ସା ପାଇଁ ପିଟିସନ ହୋଇଥିବା ବେଳେ, ଆଜି ସହମତି ପତ୍ର ଦାଖଲ ହୋଇଥାନ୍ତା । ଗଲ୍ ବ୍ଲାଡର୍ ଷ୍ଟୋନ ସର୍ଜରୀ ପାଇଁ ସହମତି ପତ୍ର ଦାଖଲ ହୋଇଥାନ୍ତା ।
ସୂଚନା ଯୋଗ୍ୟ ଯେ, ପୀତବାସ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ବିକ୍ରମ ପଣ୍ଡା ଗତ କିଛି ଦିନ ଧରି ଏମ୍କେସିଜିରେ ଚିକିତ୍ସାଧୀନ ଥିଲେ ।ସର୍ଜରୀ ଲାଗି ୨ ଦିନ ତଳେ ସବୁ ପ୍ରସ୍ତୁତି ହେଇଥିଲା କିନ୍ତୁ ହଠାତ ଅତି ନାଟକୀୟ ଢଙ୍ଗରେ ଏମକେସିଜି କର୍ତ୍ତୃପକ୍ଷ ତାଙ୍କୁ ଡିସଚାର୍ଜ କରି ଜେଲକୁ ପଠାଇ ଦେଇଥିଲେ । ଏହାକୁ ନେଇ କୋର୍ଟରେ ବିକ୍ରମଙ୍କ ଓକିଲ ପିଟିସନ ଫାଇଲ କରିଛନ୍ତି । ବିକ୍ରମଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଅଭିଯୋଗ କରିଛନ୍ତି ।
