କ୍ରୀଡା

ରାଞ୍ଚିରେ କୋହଲିଙ୍କ ବିରାଟ ସ୍କୋର

0
(0)

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସରକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଆଜି ଉଭୟ ରାଞ୍ଚି ଦିନିକିଆରେ ଦକ୍ଷିଣ ଆଫ୍ରିକା ବୋଳଙ୍କୁ ଧୂଲେଇ କରିଛନ୍ତି । ରୋହିତ ୫୭ ରନ୍ କରି ଆଉଟ୍ ହୋଇଥିବା ବେଳେ ବିରାଟ ତାଙ୍କ ୫୨ତମ ଶତକ ପୂରଣ କରିଛନ୍ତି । ବିରାଟ ୧୧୯ ବଲରୁ ୧୩୫ ରନ୍ କରିଛନ୍ତି । ଆଉ ଏହି ଶତକ ସହ ଦିନିକିଆରୁ ତାଙ୍କୁ ଅବସର ନେଇଯିବା କଥା କହୁଥିବା ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୦-୨ରେ ସିରିଜ ହାରିଥିବା ବେଳେ ସମସ୍ତଙ୍କ ନଜର ଦିନିକିଆ ସିରିଜ ଉପରେ ଥିଲା । ଏହି ଶତକ ବଳରେ ବିରାଟ ସମାଲୋଚକ ବିଶେଷ କରି ବିସିସିଆଇରେ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଙ୍କୁ ଜବାବ ଦେଇଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ସିରିଜରେ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଫେରିଥିବା କୋହଲିଙ୍କ ପାଇଁ ସିରିଜ ଏତେ ଭଲ ନଥିଲା । ହେଲେ ରାଞ୍ଚିରେ ସାଉଥ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଶତକ ମାରି ପ୍ରଶଂସକଙ୍କୁ ଖୁସି କରିଦେଇଛନ୍ତି । ସୂଚନାଯୋଗ୍ୟ ଏହି ଷ୍ଟାଡିୟମରେ ବିରାଟ ପୂର୍ବରୁ ଦୁଇଟି ଶତକ ମାରିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE