କାଳବୈଶାଖୀ ପରେ ରାଜ୍ୟରେ ପୁଣି ଫେରିଛି ତାତି
କାଳବୈଶାଖୀ ପରେ ରାଜ୍ୟରେ ପୁଣି ଫେରିଛି ତାତି । ଆଜିଠୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ହିଟୱେଭ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୪୦ ଡିଗ୍ରୀ କିମ୍ବା ତା’ଠୁ ଅଧିକ ରହିବ ତାପମାତ୍ରା ।
ତତଲା କଡ଼େଇରେ ସିଝିବ ଓଡ଼ିଶା । ପୁଣି ଅସହ୍ୟ ତାତି ଓ ଗୁଳିଗୁଳିରେ କଲବଲ ହେବ ଜନଜୀବନ । କାରଣ କାଳବୈଶାଖୀ ପରେ ରାଜ୍ୟରେ ପୁଣିଥରେ ଫେରିଛି ତାତି । ଆଜିଠୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏନେଇ ୩ ଦିନ ପାଇଁ ହିଟୱେଭ୍ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ୪୦ ଡିଗ୍ରୀ କିମ୍ବା ତା’ଠୁ ଅଧିକ ରହିବ ପାରଦ । ଆଜି ପାଇଁ ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।
