କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ?
କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ? କାହା ମୁଣ୍ଡରେ ରହିବ ଶାସନ ଭାର । ଏବେ ଓଡିଶାର କିଏ ହେବେ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ସବୁଠି ଚର୍ଚ୍ଚା । କିଛି ହେଭିଓ୍ବେଟଙ୍କ ନାଁ ସାମ୍ନାକୁ ଆସୁଥିଲେ ସୁଦ୍ଧା ଓ ଯାଏ ତାହା ସ୍ପଷ୍ଟ ହୋଇନାହିଁ ।ହେଲେ ଏନ୍ଡିଏରେ ସାଂସଦ ସଂଖ୍ୟା କମ୍ ଥିବା କାରଣରୁ ଏବର ସ୍ଥିତିରେ ରାଜ୍ୟର କୌଣସି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଆସୀନ କରିବା ସମ୍ଭବ ହେବ ନାହିଁ । ପ୍ରଧାନମନ୍ତ୍ରୀ କି ଗୃହମନ୍ତ୍ରୀ ଆଉ ଏକ ଉପନିର୍ବାଚନ କରିବାକୁ ରିସ୍କ ନେବେ ନାହିଁ ବୋଲି ରାଜନୀତିଜ୍ଞ ବିଶେଷଜ୍ଞମାନେ ମତବ୍ୟକ୍ତ କରନ୍ତି । ତାହାଲେ ବିଜୟୀ ବିଧାୟକ ବା ବିଜେପିର କୌଣସି ଉତ୍ତୁଙ୍ଗ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀ ପଦରେ ଅଳଙ୍କୃତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ନିର୍ବାଚନରେ ବିଜେପିକୁ ଓଡ଼ିଶାବାସୀ କ୍ଷମତାର ଡ଼ୋର ଧରାଇଛନ୍ତି । ବିଜେପି ପ୍ରଚାର ସମୟରେ ଯେତେ ଦାବି ଉଠିଥିଲେ ବି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନଥିଲା । ଏବେ ଜିତିଲା ପରେ କିଏ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ ଚାଲିଛି ଆଲୋଚନା ଓ ପର୍ଯ୍ୟାଲୋଚନା । ବାସ୍ତବ କ୍ଷେତ୍ରରେ କିଏ ମୁଖ୍ୟମନ୍ତ୍ରୀ ହେବେ ଏ ନେଇ ରାଜ୍ୟ ନେତାମାନେ ବି ନିଶ୍ଚିତ ନୁହଁନ୍ତି । ସବୁକିଛି ନିର୍ଭର କରୁଛି ମୋଦୀଙ୍କ ଉପରେ । ମୋଦୀ ଯାହାକୁ ଚାହିଁବେ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ । ହେଲେ ଏବେ ବିଭିନ୍ନ ନା’କୁ ନେଇ ଚର୍ଚ୍ଚା ଚାଲିଛି ।
ହେଲେ କେନ୍ଦ୍ରରେ ଆସନ୍ତାକାଲି ମୋଦୀ ପ୍ରଧାମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି । ସେଥିପାଇଁ ଆଜି ସନ୍ଧ୍ୟା ସୁଦ୍ଧା କେନ୍ଦ୍ରମନ୍ତ୍ରୀ ମଣ୍ଡଳର ରୂପ ରେଖ ସ୍ଥିର ହେବାର ଅଛି ।