ନଭେମ୍ବର ୨୫ରୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ
ଚଳିତ ଶୀତକାଳୀନ ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିବାରେ ଅଛି । ବିଶେଷ କରି ଓ୍ବାନ ନେସନ ଓ୍ବାନ ଇଲେକ୍ସନ ବିଲ୍ ସଂସଦରେ ଉପସ୍ଥାପନ କରିବେ କେନ୍ଦ୍ର ସରକାର । ଯାହାକୁ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା ଦେଖିବାକୁ ମିଳିପାରେ । ସେହିପରି ଓ୍ବାକଫ ସଂଶୋଧନ ବିଲ୍ ନେଇ ବି ସଂସଦରେ ଚାଲିପାରେ ବିତର୍କ । ୨୫ ତାରିଖରେ ସଂସଦର ଅଧିବେଶନ ଆରମ୍ଭ ହେଉଥିବା ବେଳେ ୨୬ ତାରିଖରେ ପାଳନ ହେବ ସମ୍ବିଧାନ ଦିବସ।