ଖଣ୍ଡଗିରି ଯାତ୍ରାରେ ଅଶ୍ଳିଳ ନାଚ କଲେ ବାଜିବ ଠେଙ୍ଗା
ଅଶ୍ଳୀଳ ନୃତ୍ୟ ରୋକିବ ଠେଙ୍ଗା । ଖଣ୍ଡଗିରି ମେଳା ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ମଞ୍ଚରେ ଅଶ୍ଲୀଳତା ବନ୍ଦ କରିବାକୁ ବିଧାୟକ ବାବୁ ସିଂ ଙ୍କ ନେତୃତ୍ୱରେ ଗଠିତ ହୋଇଛି ସ୍ୱତନ୍ତ୍ର ଠେଙ୍ଗା ଟିମ୍ । ବାବୁ ସିଂ ସହଯୋଗୀଙ୍କ ସହ ବାରଭୁଜାଙ୍କ ପାଖରେ ଶହେ ଠେଙ୍ଗା ପୂଜା କରାଇଛନ୍ତି।
ଆଉ ବାବୁ ସିଂଙ୍କ ସହଯୋଗୀ ମେଳାରେ ଖଣ୍ଡା ଧରି ସଜାଗ ରହିବେ । ବିଶୃଙ୍ଖଳା କଲେ, ଯାତ୍ରା ମଞ୍ଚରେ ନିୟମ ଉଲ୍ଲଂଘନ କଲେ ଶହେ ଠେଙ୍ଗା କାମରେ ଲାଗିବ ବୋଲି ବିଧାୟକ ବାବୁ ସିଂ କହିଛନ୍ତି।
ଠେଙ୍ଗା ଦେଖାଇ ସାବାଡ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଜେପି ବିଧାୟକ ।