ପାକିସ୍ତାନୀ ଗୁପ୍ତଚର ଭାବେ କାମ କରୁଥିଲେ ୟୁଟ୍ୟୁବର ଗିରଫ
ପାକିସ୍ତାନ ପାଇଁ ଗୁପ୍ତଚର ପାଲଟିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଜ୍ୟୋତିଙ୍କ ବିରୋଧରେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟମାନଙ୍କୁ ସମ୍ବେଦନଶୀଳ ସୂଚନା ଦେବାର ଗମ୍ଭୀର ଅଭିଯୋଗ ରହିଥିବା ଗୁଇନ୍ଦା ସୂତ୍ରରୁ ଜଣାପଡିଛି ।
ତେବେ ସୂଚନା ଅନୁସାରେ ୨୦୨୩ ମସିହାରେ ଜ୍ୟୋତି ମଲହୋତ୍ରା କମିଶନ ମାଧ୍ୟମରେ ପାକିସ୍ତାନ ଭିସା ପାଇଥିଲେ ଏବଂ ସେ ସେଠାକୁ ଯାଇଥିଲେ ।
ସେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ କର୍ମଚାରୀ ଦାନିଶଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା । ତାଙ୍କର ପାକିସ୍ତାନୀ ଗୁଇନ୍ଦା ବିଭାଗ ସହିତ ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି ସୂଚନା ମିଳିଛି ।
