ଗୋପାଳପୁରରେ କିଏ ବିଜେଡି ପ୍ରାର୍ଥୀ ?
ଦୁର୍ନୀତି ମାମଲାରେ ଛନ୍ଦି ହେବା ପରେ ବିଜେଡିରୁ ବିତାଡିତ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଉ ମାସ କେଇଟା ପରେ ନିର୍ବାଚନ, ତେଣୁ ଗୋପାଳପୁରରୁ କିଏ ବିଜେଡି ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ବ୍ୟାଟଲଫିଲ୍ଡ ହୋଇଥିବାରୁ ଦଳ ଏଠାରେ ଭାବିଚିନ୍ତି ଗୋଟିଚାଳନା କରୁଛି ।
ପ୍ରଦୀପ ଦଳରୁ ତଡା ଖାଇବା ପରେ ଗୋପାଳପୁରରେ ବିଜେଡି ସଙ୍ଗଠନ ଏବେ ଦଳର ସୁପ୍ରିମୋଙ୍କ ନାଁରେ ଆଗକୁ ବଢୁଛି । ପ୍ରଦୀପଙ୍କ ଭଳି ଜଣେ ଦାଗୀ ନେତା ବିଜେଡିକୁ କିଛି ମାତ୍ରାରେ ସ୍ଥାନୀୟ ଅଞ୍ଚଳରେ ବଦନାମ କରିଥିବା କୁହାଯାଉଛି । ଏଭଳି ସ୍ଥିତିରେ ଜଣେ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଥିବା ନେତାଙ୍କ ଉପରେ ବିଜେଡିର ନଜର ଥିବା ଚର୍ଚ୍ଚା ହେଉଛି ।
