ଖୁବ ଶୀଘ୍ର ରାଜ୍ୟରେ ୧୮୪୦ ଡାକ୍ତର ନିଯୁକ୍ତି
ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଖାଲି ପଡିଥିବା ବିଭିନ୍ନ ଡାକ୍ତର ପଦବୀ ଓ ପ୍ରଫେସର ପଦବୀ ପୂରଣ ଉପରେ ଗୁରୁତ୍ୱାରୋପ କରାଯାଇଛି । ଖୁବ ଶୀଘ୍ର ରାଜ୍ୟରେ ୧୮୪୦ ଡାକ୍ତର ଏବଂ ୫ ହଜାରରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ପାଇବେ । ମେଡିକାଲ କଲେଜରେ ପ୍ରଫେସର ପଦବୀ ମଧ୍ୟ ଖୁବ ଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀ ପୂରଣ ପାଇଁ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ ।
ବିଭିନ୍ନ ମେଡିକାଲ କଲେଜରେ ପିଜି ସିଟ ସଂଖ୍ୟା ବୃଦ୍ଧି, ମେଡିକାଲ କଲେଜର ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ ସେବା ଛଡ଼ା ଅନ୍ୟାନ୍ୟ ଆବଶ୍ୟକୀୟ ପଦବୀ ପୂରଣ ଓ ଟେକ୍ନିକାଲ ଷ୍ଟାଫଙ୍କ ନିଯୁକ୍ତି ସମ୍ବନ୍ଧରେ ବୈଠକରେ ଗୁରୁତ୍ବ ଦିଆଯାଇଛି ।
