ରାଜ୍ୟ

ଫେବ୍ରୁଆରି ୧୫ ତାରିଖରୁ ୨୫ ତାରିଖ ଭିତରେ ହେବ ଯୁକ୍ତ ଦୁଇ ପରୀକ୍ଷା

0
(0)

ଯୁକ୍ତ ଦୁଇ ପଢୁଥିବା ଛାଛାତ୍ରୀମାନଙ୍କ ଘୋଷଣା ହେଲା ପରୀକ୍ଷା ତାରିଖ। ଆସନ୍ତା ଫେବ୍ରୁଆରି ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ। ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ ।

ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଭିତରେ ହେବ। ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରି ୧୦ରୁ ୧୫ ତାରିଖ ଭିତରେ ଇଣ୍ଟରନାଲ ପରୀକ୍ଷା ଦେବା ପାଇଁ ଆଉ ଏକ ସୁଯୋଗ ପାଇବେ।

ଏଣେ ଜାନୁଆରି ୨ରୁ ୧୫ ତାରିଖ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା। ଏକ୍ସ ରେଗୁଲାର ଫର୍ମ ଫିଲ ଅପ ଅକ୍ଟୋବର ୧୩ରୁ ନଭେମ୍ବର ୨୨ ତାରିଖ ଯାଏଁ ଚାଲିବ। ସେହିପରି ଆସନ୍ତା ଅକ୍ଟୋବର ୨୦ରୁ ନଭେମ୍ବର ୨୨ ତାରିଖ ଯାଏ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ ଚାଲିବ। ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା। ଏଥର ନୂଆ୮୯ଟି ପରୀକ୍ଷା ସେଣ୍ଟର ଅପଗ୍ରେଡ ସ୍କୁଲରେ ହେବ। ସମୁଦାୟ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଏଥର ନୂଆ କରି ପ୍ରୋଭିଜନାଲ ସାର୍ଟିଫିକେଟକୁ ଡିଜିଟାଲ କରାଯିବ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE