ରାଜ୍ୟ

ରଥଯାତ୍ରା ସମୟରେ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ

0
(0)

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ପରିଦର୍ଶକ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି । ରଥଯାତ୍ରା ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ବ୍ୟତୀତ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଉଅଛି । ଯାହା ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଏବଂ ପଲାସା, ଛତିଶଗଡ଼ର ଜଗଦଲପୁର ଓ ଗୋଣ୍ଡିଆ ଏବଂ ପଶ୍ଚିମବଙ୍ଗର ସନ୍ତ୍ରାଗଛି (କୋଲକାତା) କୁ ସଂଯୋଗ କରିବ ।

ଏହି ସ୍ୱତନ୍ତ୍ର ଟ୍ରେନ ସେବାଗୁଡ଼ିକ ରାଜ୍ୟର ବିଭିନ୍ନ ସ୍ଥାନରୁ ଚଳାଚଳ କରାଯିବାକୁ ଯୋଜନା କରାଯାଇଛି । ରଥଯାତ୍ରା ମହୋତ୍ସବର ପ୍ରମୁଖ ଦିନଗୁଡ଼ିକରେ ବିଶେଷ ଗୁରୁତ୍ୱ ଦିଆଯିବାକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଅଛି । ରାଉରକେଲା, ବୀରମିତ୍ରପୁର, ବାଙ୍ଗିରିପୋଷି, ଜୁନାଗଡ଼ ରୋଡ୍, ବାଦାମପାହାଡ଼, ବୌଦ୍ଧ, ଜଗଦଲପୁର, ବାଲେଶ୍ୱର, ଅନୁଗୁଳ, ଗୁଣୁପୁର, ରାୟଗଡ଼ା, ପାରାଦୀପ, ଭଦ୍ରକ, କେନ୍ଦୁଝର, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ଭଦ୍ରକ, ସମ୍ବଲପୁର, ତାଳଚେର, କଟକ, ବ୍ରହ୍ମପୁର, ଢେଙ୍କାନାଳ, ବଡ଼ବିଲ, ପଲାସା ଏବଂ ବିଶାଖାପାଟଣା (ଆନ୍ଧ୍ର ପ୍ରଦେଶ), ଜଗଦଳପୁର ଓ ଗୋଣ୍ଡିଆ (ଛତିଶଗଡ଼) ଏବଂ ସାନ୍ତ୍ରାଗାଛି / କଲିକତା (ପଶ୍ଚିମବଙ୍ଗ) ସହିତ ଟ୍ରେନ ସେବା ସଂଯୋଗ କରିବ।

ଗୁଣ୍ଡିଚା ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନାବେଶ ବ୍ୟତୀତ ରଥଯାତ୍ରା ମହୋତ୍ସବର ଅନ୍ୟ ଦିନଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ଯେଉଁଥିରେ ରାଉରକେଲା, ବାଦାମପାହାଡ଼, ବୀରମିତ୍ରପୁର, ବାଙ୍ଗିରିପୋଷି, ବାଲେଶ୍ୱର, ବଡ଼ବିଲ, ଅନୁଗୁଳ, ପାରାଦୀପ, ଭଦ୍ରକ, କେନ୍ଦୁଝର, ପଲାସା, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ବଡ଼ବିଲ, ଜଗଦଳପୁର ଓ ଗୋଣ୍ଡିଆ (ଛତିଶଗଡ଼), ସନ୍ତ୍ରାଗାଛି (ପଶ୍ଚିମବଙ୍ଗ) ଏବଂ ପଲାସା ଓ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ବ୍ୟତୀତ ଅନ୍ୟାନ୍ୟ ସ୍ଥାନରୁ ସେବା ଉପଲବ୍ଧ ହେବ । ଯାତ୍ରୀମାନଙ୍କୁ ସରକାରୀ ରେଳ ପୋର୍ଟାଲ ମାଧ୍ୟମରେ ସମୟସୂଚୀ ଏବଂ ଉପଲବ୍ଧତା ଯାଞ୍ଚ କରିବାକୁ ଏବଂ ରଥଯାତ୍ରା ମହୋତ୍ସବ ସମୟରେ ସାର୍ବଜନୀନ ଘୋଷଣା ମାଧ୍ୟମରେ ଟ୍ରେନ ଚଳାଚଳ ସମ୍ବନ୍ଧରେ ସଠିକ ସୂଚନା ପ୍ରାପ୍ତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE