ରାଜ୍ୟ

୭ ପୁଲିସ୍ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ଉଲ୍ଲେଖ

0
(0)

ପୁରୀ ଗୁଣ୍ଡିଚା ମନ୍ଦିରର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍‌ । ଦଳଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଉନ୍ନୟନ କମିଶନ ଦେଇଥିବା ରିପୋର୍ଟରେ ପୁଲିସର ଅବହେଳା ସହ ଏଆଇ କାମ କରିନଥିବା ଦର୍ଶାଯାଇଛି । ଚଳିତ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ଏଆଇ ବ୍ୟବସ୍ଥା ଅଣାଯାଇଥିଲା ।

ଚାରିଆଡେ ସିସିଟିଭି ଲଗାଯିବା ସହ ପ୍ରତିଟି ଗତିବିଧି ଉପରେ ନଜର ରଖିବାକୁ ମନିଟରିଂ ରୁମ ରହିଥିଲା। ଏଥିପାଇଁ ୨୭୫ଟି ସିସିଟିଭି ଲାଗିଥିଲା । ହେଲେ ଅନେକ ସିସିଟିଭି ଫିଡ୍ ମିଳିନଥିଲା । ଭିଡ଼ ନିୟନ୍ତ୍ରଣ କ୍ଷେତ୍ରରେ ଏଆଇର ସେଭଳି ଭୂମିକା ଦେଖିବାକୁ ମିଳିନଥିଲା ।ତେଣୁ ଟେଣ୍ଡର ପାଇଥିବା କମ୍ପାନିକୁ କଳାତାଲିକାଭୁକ୍ତ କରିବାକୁ ରିପୋର୍ଟରେ କୁହାଯାଇଛି ।

ଏହାସହ ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ। କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ । କେକେ ନାୟକ, DSP ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାଶ । ଗୃହ ବିଭାଗର ଅତିରିକ୍ତ ସଚିବ ଡିଜି ଓ ଆଇଜି ପୋଲିସକୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE