ଗୋପାଳପୁର ମାମଲାରେ କଂଗ୍ରେସ ଗଠନ କଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ଗୋପାଳପୁର ସମୁଦ୍ରକୂଳରେ ଗଣଦୁଷ୍କର୍ମ ଭଳି ଘଟଣା ଘଟିବା ପରେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛି କଂଗ୍ରେସ ।
ଏନେଇ ଆଜି ଜାତୀୟ ସ୍ତରରେ ଅଳକା ଲାମ୍ବାଙ୍କ ସହିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ମିନାକ୍ଷୀ ବାହିନୀପତି ପ୍ରେସମିଟ୍ କରିବା ପରେ ଏବେ ଗୋପାଳପୁର ମାମଲାରେ କଂଗ୍ରେସ ଗଠନ କରିଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।
୫ ଜଣିଆ ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଯେଉଁଥିରେ କଂଗ୍ରେସ ନେତ୍ରୀ ଦୀପା ଦାଶମୁନସୀଙ୍କୁ ଆବାହକ ଭାବେ ରଖାଯାଇଥିବାବେଳେ, ସାଂସଦ ରଞ୍ଜିତ ରଞ୍ଜନ, ପରିଣିତୀ ସିନ୍ଦେ, ସାଂସଦ ଏସ୍ ଜ୍ୟୋତିମଣି ଏବଂ ଶୋଭା ଓଝା ସଦସ୍ୟ ଭାବେ ଟିମରେ ରହିଛନ୍ତି ।
