ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ସରକାରକୁ ପୂରିଛି ବର୍ଷେ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶାବାସୀଙ୍କ ପାଖରେ ମୋହନ ସରକାର ଏବଂ କେନ୍ଦ୍ର ସରକାରଙ୍କ ଉପଲବ୍ଧି ରଖିବେ । ଏହାସହ ପ୍ରାୟ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ କିଛି ଯୋଜନାର ବି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
ଜନତା ମୈଦାନରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଖୋଲିବେ ବିକାଶର ପେଡି। ତା’ପୁର୍ବରୁ ସୋସିଆଲ୍ ମିଡ଼ିଆ Xରେ ପିଏମ୍ ଏ ସଂପର୍କରେ ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି, “ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶା ସମେତ ବିହାର ଏବଂ ଆନ୍ଧ୍ରପ୍ରଦେଶ କାର୍ଯ୍ୟକ୍ରମରେ ଯୋଗଦେବି। ଭୁବନେଶ୍ୱରରେ ରାଜ୍ୟରେ ବିଜେପି ସରକାରଙ୍କର ଏକ ବର୍ଷ ପୂରଣ ପାଇଁ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବି । ଗତ ବର୍ଷକ ମଧ୍ୟରେ, ଓଡ଼ିଶା ଲୋକଙ୍କ ପାଇଁ ସର୍ବାଙ୍ଗୀନ ଶାସନ ସୁନିଶ୍ଚିତ କରି ଅନେକ ଲୋକାଭିମୁଖୀ ପଦକ୍ଷେପ ନିଆଯାଇଛି।”
