ସ୍ବାମୀକୁ ମାରି ଘର ତଳେ ପୋତିଦେଲା ସ୍ତ୍ରୀ
ସ୍ତ୍ରୀ ସ୍ୱାମୀକୁ ମାରି ନିଜ ଘର ଭିତରେ ପୋତି ଦେଇଛି । ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ ‘ଦୃଶ୍ୟମ’ର ଏକ ଦୃଶ୍ୟକୁ ପୁଣି ମନେ ପକାଇ ଦେଇଛି ଏହି ଭୟଙ୍କର ଘଟଣା । ଆଗରୁ ଆପଣମାନେ ଦେଖୁଥିଲେ ନାରୀ ନିର୍ଯାତନା କଥା କିନ୍ତୁ ବର୍ତ୍ତମାନ ସମୟରେ ପୁରୁଷ ହେଉଛନ୍ତି ନାରୀର ଶିକାର । ହତ୍ୟା ଭଳି ବଡ଼ ଅଘଟଣ ଘଟାଇବାକୁ ପଛାଉ ନାହାନ୍ତି ମହିଳାମାନେ । ପୁଣି ବିବାହ କରିଥିବା ନିଜ ସ୍ବାମୀକୁ ମାରିବା ପାଇଁ ମଧ୍ୟ ତାଙ୍କ ହାତ ଥରୁନି । ଦିନକୁ ଦିନ ସ୍ୱାମୀମାନଙ୍କ ହତ୍ୟା ଘଟଣା ବୃଦ୍ଧି ପାଉଛି ।
ମୁମ୍ବାଇର ନାଲା ସୋପାରାରେ ପୁଣି ଆଉ ଜଣେ ପତ୍ନୀ ତା ସ୍ୱାମୀକୁ ମାରି ଦେଇଛି । ଆଉ ଏ ମହିଳା ଜଣକ ସୋନମ ଓ ମୁସ୍କାନ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ସେ ତା ପ୍ରେମିକ ସହିତ ମିଶି ତା ସ୍ୱାମୀକୁ ହତ୍ୟା କରିଛି । ଶାଶୁ, ଶ୍ୱଶୁର ଘରେ ନଥିବାର ସୁଯୋଗ ନେଇ ପ୍ରେମିକକୁ ଡାକି ସ୍ୱାମୀର ହତ୍ୟା କଲା । ଧରାପଡ଼ିବା ଭୟରେ ମହିଳା ଜଣକ ମୃତଦେହକୁ କେଉଁଠି ନ ଫିଙ୍ଗି ଘରେ ଏକ ଗାତ ଖୋଳି ପୋତି ଦେଇଥିଲା ।
ତେବେ ଚାଲନ୍ତୁ ପୁରା ଘଟଣା ବିଷୟରେ ଜାଣିବା । ଦର୍ଶକ ବନ୍ଧୁ ଏହି ମାମଲା ମେରଠର ମୁସ୍କାନ-ସୌରଭ ଘଟଣା ଠାରୁ ଆହୁରି ଅଧିକ ଭୟଙ୍କର । ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଜଣେ ମହିଳା ତା ପ୍ରେମିକ ସହାୟତାରେ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ଘର ଭିତରେ ପୋତି ଦେଇଥିଲା ।
