ମନିକା ବିଶ୍ୱକର୍ମା ପିନ୍ଧିଲେ ମିସ୍ ୟୁନିଭର୍ସ ଇଣ୍ଡିଆ ମୁକୁଟ
ଦେଶକୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମିଳି ସାରିଛି । ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ପ୍ରତିଯୋଗିତାରେ ମନିକା ବିଶ୍ୱକର୍ମା ମୁକୁଟ ପିନ୍ଧାଇଛନ୍ତି। ମିସ୍ ୟୁନିଭର୍ସ ଇଣ୍ଡିଆ ଟାଇଟଲ ଜିତିବା ପରେ ମନିକା ବିଶ୍ୱକର୍ମାଙ୍କ ମୁହଁରେ କେବଳ ହସ ଆଉ ହସ ଦେଖିବାକୁ ମିଳିଥିଲା । ରାଜସ୍ଥାନର ଗଙ୍ଗାନଗରର ବାସିନ୍ଦା ମନିକା ବିଶ୍ୱକର୍ମା ବର୍ତ୍ତମାନ ଦିଲ୍ଲୀରେ ମଡେଲିଂ କରୁଛନ୍ତି । ମିସ୍ ୟୁନିଭର୍ସ ଇଣ୍ଡିଆ ହେବା ପରେ ମନିକା ବିଶ୍ୱକର୍ମା ଏକ ଲମ୍ବା ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ମନିକା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ।
ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଟାଇଟଲ ଜିତିବା ପୂର୍ବରୁ ମନିକା ବିଶ୍ୱକର୍ମା ମିସ୍ ୟୁନିଭର୍ସ ରାଜସ୍ଥାନ ୨୦୨୪ର ମୁକୁଟ ପିନ୍ଧିଥିଲେ । ଏହା ପରେ, ସେ ଦିଲ୍ଲୀରେ ମଡେଲିଂରେ ଏଣ୍ଟ୍ରୀ କରିଥିଲେ । ଏବେ ମନିକା ବିଶ୍ୱକର୍ମାଙ୍କ ଦାୟିତ୍ୱ ବଢ଼ିଛି। ସେ ଚଳିତ ବର୍ଷ ଶେଷସୁଦ୍ଧା ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ । ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ୧୩୦ଟି ଦେଶର ସୁନ୍ଦରୀମାନେ ଅଂଶଗ୍ରହଣ କରିବେ ।
