ଜାତୀୟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟରର ଏମରଜେନ୍ସି

0
(0)

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ କରିଛି । ଏହି ଘଟଣା ଲଣ୍ଡନ ନିକଟରେ ଥିବା ଲୁଟନ୍ ଏୟାରଫିଲ୍ଡ ପାଖରେ ଘଟିଥିଲା । ଏହି ସମୟରେ ଟ୍ରମ୍ପଙ୍କ ସହିତ ପ୍ରଥମ ମହିଳା ମେଲାନିଆ ମଧ୍ୟ ଥିଲେ । ଟ୍ରମ୍ପ ଚେକର୍ସରୁ ଲଣ୍ଡନର ଷ୍ଟାନଷ୍ଟେଡ୍ ବିମାନବନ୍ଦରକୁ ଉଡ଼ାଣ କରିବା ସମୟରେ ଲୁଟନ୍ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା ।

ସୂଚନାନୁଯାୟୀ, ଟ୍ରମ୍ପଙ୍କୁ ଷ୍ଟାନଷ୍ଟେଡ୍ ବିମାନବନ୍ଦରକୁ ଯାଉଥିବା ସମୟରେ ହେଲିକପ୍ଟରରେ ସାମାନ୍ୟ ହାଇଡ୍ରୋଲିକ୍ ସମସ୍ୟା ଦେଖାଦେଇଥିଲା । ଏହି କାରଣରୁ ଟ୍ରମ୍ପଙ୍କ ହେଲିକପ୍ଟରକୁ ମଝି ଆକାଶରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା । କିନ୍ତୁ ଏଥିରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ । ପରେ ଟ୍ରମ୍ପଙ୍କୁ ଅନ୍ୟ ହେଲିକପ୍ଟର ଦ୍ବାରା ଷ୍ଟାନଷ୍ଟେଡ୍ ସ୍ଥାନାନ୍ତର କରାଯାଇଥିଲା ।

ସେଠାରୁ ସେ ୱାଶିଂଟନ ପାଇଁ ଏୟାର ଫୋର୍ସ ସାହାଯ୍ୟରେ ଯାତ୍ରା କରିଥିଲେ । ଏହାରି ମଧ୍ୟରେ ଟ୍ରମ୍ପଙ୍କ ବ୍ରିଟେନ୍ ଗସ୍ତ ସମୟରେ ହୋଇଥିବା ଭବ୍ୟ ସ୍ବାଗତ ପାଇଁ ଗମ୍ଭୀର କୃତଜ୍ଞ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟର୍ମର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଐତିହାସିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଯାହାକୁ ଉଭୟ ପକ୍ଷ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ ୟୁକ୍ରେନ୍ ଏବଂ ଗାଜା ଯୁଦ୍ଧକୁ ନେଇ ମଧ୍ୟ ଟ୍ରମ୍ପ ଓ ଷ୍ଟର୍ମରଙ୍କ ଆଲୋଚନା ହୋଇଥିବା କୌଣସି ଏକ ସୂତ୍ରରୁ ଜଣାପଡିଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE