ଅସ୍ଥି ବିସର୍ଜନ କରିବାକୁ ଯାଇ ପରିବାରର ୬ ମୃତ
ଉତ୍ତରପ୍ରଦେଶ ମୁଜାଫରନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି । ରାସ୍ତାରେ ଠିଆ ହୋଇଥିବା ପଛରୁ ଏକ କାର୍ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ଘଟିଥିଲା ।
ଖବର ମୁତାବକ, ମୁଜଫରନଗର ଜନପଦ ନିକଟ ତିତାୱୀ ବାଇପାସ୍ ନିକଟରେ ଜୟଦେହ ହୋଟେଲ ପାଖରେ ଏକ ଟ୍ରକ ଠିଆ ହୋଇଥିଲା । ଏହି ସମୟରେ ଏକ ଦ୍ରୁତଗାମୀ କାର୍ ଆସି ପଛରୁ ଧକ୍କା ଦେଇ ଟ୍ରକରେ ପସିଯାଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।
ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଏବଂ ୩ ଜଣ ମହିଳା ରହିଛନ୍ତି । ସମସ୍ତ ଲୋକ କରନାଲରୁ ହରିଦ୍ବାର ଗଙ୍ଗା ନଦୀରେ ଅସ୍ଥିତି ବିସର୍ଜନ କରିବାକୁ ଯାଇଥିଲେ ।
ପୋଲିସ କହିବା ମୁତାବକ, କାରର ସ୍ପିଡ ଏତେ ଅଧିକ ରହିଥିଲା ଯେ, କାର୍ ଡ୍ରାଇଭର ଠିଆ ହୋଇଥିବା ଟ୍ରକକୁ ଦେଖିପାରିନଥିଲେ । ଫଳରେ ଦୁର୍ଘଟଣା ହୋଇଥିଲା । ଧକ୍କାରେ କାରର ଉପର ଉଡ଼ିଯାଇଥିଲା । ପୋଲିସ ଏବଂ ସ୍ଥାନୀୟ ଲୋକ ମିଶି ମୃତଦେହକୁ କାର୍ ଭିତରୁ ବାହାର କରିଥିଲେ । ଜେସିବି ସହାୟତାରେ ଲୋକମାନଙ୍କୁ କାର୍ ଭିତରୁ ବାହାର କରାଯାଇଥିଲା । ପୋଲିସ ମ୍ତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଯାହା ପରେ ଯାଞ୍ଚ ଆରମ୍ଭ ହେଉଛି ।
