ଏକ ନମ୍ବର ହାଟରେ ବଡ଼ଧରଣର ଅଗ୍ନିକାଣ୍ଡ, ସବୁ ଜଳି ପୋଡ଼ି ପାଉଁଶ
ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ଧରଣର ଅଗ୍ନିକାଣ୍ଡ । ହାଟରେ ଥିବା ଅନେକ ଦୋକାନ, ପରିବା ଗୋଦାମରେ ଲାଗିଛି ନିଆଁ । ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ ।
୪୦ ରୁ ୫୦ ଟି ଦୋକାନରେ ନିଆଁ ଲାଗିଥିବା ସୂଚନା । ଏଥିସହ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି ।
ଘଟଣାସ୍ଥଳରେ ୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ଅଛି । ସୂଚନା ଦେଇଛନ୍ତି ଆସିଷ୍ଟାଣ୍ଡ ଫାୟାର ଅଫିସର ମନୋରଞ୍ଜନ ରାଉତ୍ ।
