କୋର୍ଟରେ ବିଚାରାଧୀନ ଥିବା ଇ-ଚାଲାଣ ପ୍ରତ୍ୟାହାର କରିବାର ପଦ୍ଧତି ଯାଞ୍ଚ
ବିଭିନ୍ନ କୋର୍ଟରେ ବିଚାରାଧୀନ ଥିବା ଇ-ଚାଲାଣ ପ୍ରତ୍ୟାହାର କରିବାର ପଦ୍ଧତି ଯାଞ୍ଚ ଏବଂ ସରକାରଙ୍କୁ ସୁପାରିଶ କରିବା ପାଇଁ ଆଇନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ୨୪ତାରିଖ ଅପରାହ୍ନ ୩ ଟରେ ଲୋକସେବା ଭବନରେ ବସିବ ବୈଠକ ।
ବହୁ ସଂଖ୍ୟକ ଇ-ଚାଲାଣ ଯାହା ନିର୍ଦ୍ଧାରିତ ସମୟ ମଧ୍ୟରେ RTO ଏବଂ ପୋଲିସ କର୍ତ୍ତୃପକ୍ଷଙ୍କ ସ୍ତରରେ ଫଇସଲା କରାଯାଇପାରିଲା ନାହିଁ, ସେଗୁଡ଼ିକୁ କୋର୍ଟକୁ ପଠାଯାଇଛି । ଏପରି ଅଧିକାଂଶ ମାମଲାରେ, କୋର୍ଟ ଦ୍ୱାରା ବିଚାର କରାଯାଇ ନାହିଁ ।ଏନେଇ ଆଇନ ବିଭାଗର ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ଗଠନ ହୋଇଥିଲା କମିଟି ।
ଆସନ୍ତାକାଲି ବସିବାକୁ ଥିବା ବୈଠକରେ କୋର୍ଟରେ ବିଚାରଧୀନ ଥିବା ଇ-ଚାଲାଣ ପ୍ରତ୍ୟାହାର ନେଇ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର। କଟାଯାଇଥିବା ଇ-ଚାଲାଣକୁ ପୁର୍ନବାର ଆରଟିଓ ଓ ପୋଲିସ କର୍ତ୍ତୃପକ୍ଷଙ୍କ ଦ୍ବାରା ଫଇସଲା କରିବାକୁ ନିଷ୍ପତ୍ତି ନେଇପାରନ୍ତି ସରକାର ।
