ବସ୍ ଜଳିଯିବା ଘଟଣା, ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା
ବେଙ୍ଗାଲୁରୁ -ହାଇଦ୍ରାବାଦ ଜାତୀୟ ରାଜପଥରେ ବସ୍ ଜଳି ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୃତକଙ୍କ ପରିବାରରକୁ ସମବେଦନା ଜଣାଇବା ସହ ଆହାତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ହାଇଦ୍ରାବାଦ-ବେଙ୍ଗାଲୁରୁ ଏନଏଚ ଉପରେ ହୁତୁ ହୁତୁ ହୋଇ ଏକ ଯାତ୍ରୀବାହୀ ବସ୍ ଜଳିଯାଇଛି ।
ବସ୍.ରେ ନିଆଁ ଲାଗି ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଯାହା ସୂଚନା ମିଳିଛି, କିନ୍ତୁ କୌଣସି ସଠିକ୍ ତଥ୍ୟ ହସ୍ତଗତ ହୋଇନାହିଁ । ତେବେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ଏନଏଚରେ ଏହି ଅଘଟଣ ଘଟିଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ବାଇକ୍ ସହ ଧକ୍କା ହେବାରୁ ବସ୍ ଲାଗିଥିଲା ନିଆଁ ।
ବସ୍ ଯାଉଥିବା ବେଳେ ହଠାତ୍ ବସଟି ସାମ୍ନାପଟୁ ଆସି ପିଟି ହୋଇଥିଲା । ଯାହାଫଳରେ ନିଆଁ ଲାଗିଯାଇଥିଲା । ବସରେ ପ୍ରାୟ ୪୨ ଜଣ ଯାତ୍ରୀ ଯାଉଥିଲେ । ସେମାନଙ୍କ ମଧ୍ୟରେ ୨୦ରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
