ବିଷାକ୍ତ ଖାଦ୍ୟ ଖାଇ ପୂର୍ବତନ ମନ୍ତ୍ରୀ ଗୁରୁତର
ବିଷାକ୍ତ ଖାଦ୍ୟ ଯୋଗୁଁ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସମେତ ତାଙ୍କ ପରିବାର ୪ ଜଣ ଗୁରୁତର । ୨ ଜଣଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଆଉ ୨ ଜଣଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି । ପଦ୍ମିନୀ ଦିଆନ ଗୁରୁତର ହେବାରୁ ଏବେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି ।
