ପ୍ରତିଷ୍ଠାତା “ରୁଚି ମସଲା” ଡକ୍ଟର ଶରତ କୁମାର ସାହୁଙ୍କର ପରଲୋକ
ପ୍ରସିଦ୍ଧ ଶିଳ୍ପପତି, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, OASME ଏବଂ ପ୍ରତିଷ୍ଠାତା “ରୁଚି ମସଲା” ଡକ୍ଟର ଶରତ କୁମାର ସାହୁଙ୍କର ପରଲୋକ ହୋଇଛି । ଦେହାନ୍ତ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ମୁମ୍ବାଇ ଲୀଳାବତି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
ତାଙ୍କର ପରଲୋକ MSME ସମ୍ପ୍ରଦାୟ ଏବଂ ବାହାର ପାଇଁ ଏକ ଗଭୀର କ୍ଷତି । MSME ଗୁଡ଼ିକୁ ସଶକ୍ତ କରିବା ପାଇଁ ତାଙ୍କର ଦୃଷ୍ଟିକୋଣ, ନେତୃତ୍ୱ ଏବଂ ଅକ୍ଳାନ୍ତ ପ୍ରୟାସ ଆମକୁ ପ୍ରେରଣା ଏବଂ ମାର୍ଗଦର୍ଶନ ଦେଇ ଚାଲିଥାଉ । ତାଙ୍କ ଐତିହ୍ୟ ତାଙ୍କ ସ୍ପର୍ଶ କରିଥିବା ଅଗଣିତ ଜୀବନ ଏବଂ ସେ ପୋଷଣ କରିଥିବା ସଂଗଠନ ମାଧ୍ୟମରେ ବଞ୍ଚି ରହୁ ବୋଲି ବିଭିନ୍ନ ମହଲରୁ ପ୍ରକାଶ ପାଇଛି ।
