ଜାତୀୟ

ପାଇଲଟଙ୍କ ପିତାଙ୍କୁ ଆଶ୍ବସ୍ତି ଦେଲେ ସୁପ୍ରିମକୋର୍ଟ

0
(0)

ଜୁନ୍ ୧୨ ତାରିଖ… ସମୟ ଅପରାହ୍ନ…. ଅହମ୍ମଦାବାଦ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଏୟାର ଇଣ୍ଡିଆ ବୋଇଂ ୭୮୭ ଡ୍ରିମଲାଇନର୍ ବିମାନ ୨୪୨ଜଣ ଯାତ୍ରୀଙ୍କୁ ଧରି ଉଡ଼ିବା ଆରମ୍ଭ କରିଥିଲା।ଦୁଃଖର ବିଷୟ ବିମାନ ଉଡ଼ିବାର ମାତ୍ର କିଛି ମିନିଟ୍ ମଧ୍ୟରେ ମେଘାନୀ ନଗର ଅଞ୍ଚଳରେ ଥିବା ଏକ ମେଡିକାଲ୍ କଲେଜ ମେସରେ ବିମାନଟି ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ଭା‌ବେ ଜଳି ଯାଇଥିଲା।

ଏହି ଦୁର୍ଘଟଣାରେ ପାଇଲଟ୍, କ୍ରୁ ସଦସ୍ୟ ଏବଂ ଯାତ୍ରୀଙ୍କ ସମେତ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ଜଣେ ଯାତ୍ରୀ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ।  ଦୁର୍ଘଟଣା ପରେ ଏୟାର ଇଣ୍ଡିଆର ପାଇଲଟ୍ ସୁମିତ ସବରୱାଲଙ୍କୁ ଘଟଣା ପାଇଁ ଦୋଷ ଦିଆଯାଉଛି।। ଦୁର୍ଘଟଣାରେ ପ୍ରାଣହରାଇଥିବା ପୁଅ ବିରୋଧରେ ଏଭଳି ଅଭିଯୋଗ ଶୁଣିବା ପରେ ପାଇଲଟଙ୍କ ବୃଦ୍ଧ ବାପା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।

ପାଇଲଟ୍ ସୁମିତ ସବରୱାଲଙ୍କ ବାପା ପୁଷ୍କର ରାଜ ସବରୱାଲ ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଦୁର୍ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟ ପୁଷ୍କର ରାଜ ସବରୱାଲଙ୍କ ଆବେଦନ ଉପରେ ଏକ ନୋଟିସ୍ ଜାରି କରି କେନ୍ଦ୍ର ସରକାର ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଠାରୁ ଜବାବ ମାଗିଛନ୍ତି।

ଆବେଦନରେ ପୁଷ୍କର ରାଜ ଅଭିଯୋଗ କରିଛନ୍ତି କି, ଏପର୍ଯ୍ୟନ୍ତ ଦୁର୍ଘଟଣାର ତଦନ୍ତ ନିରପେକ୍ଷ ହୋଇନାହିଁ। ବୈଷୟିକ ତ୍ରୁଟିକୁ ଅଣଦେଖା କରାଯାଉଥିବା ବେଳେ ପାଇଲଟଙ୍କ ଉପରେ ଦୋଷ ଲଦିବାକୁ ଚେଷ୍ଟା କରାଯାଉଛି। ଶୁଣାଣି ସମୟରେ କୋର୍ଟ ପାଇଲଟଙ୍କ ୯୧ ବର୍ଷୀୟ ପିତାଙ୍କୁ ଆଶ୍ବସ୍ତି ଦେଇ ସୁପ୍ରିମକୋର୍ଟ କହିଛନ୍ତି, ‘ ବିମାନ ଦୁର୍ଘଟଣା ପାଇଁ ଅନେକ ଲୋକ ଆପଣଙ୍କ ପୁଅକୁ ଦୋଷ ଦେଉଛନ୍ତି। ଆପଣ ଏ କଥାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ମନଦୁଃଖ କରନ୍ତୁ ନାହିଁ। ପ୍ରାଥମିକ ତଦନ୍ତରେ ଆପଣଙ୍କ ପୁଅ ଯେ ବିମାନ ଦୁର୍ଘଟଣା ପାଇଁ ଦାୟୀ ଏକଥାର କୌଣସି ସଙ୍କେତ ମିଳିନାହିଁ।ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ ତାରିଖରେ ହେବ।’

ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୨ ତାରିଖରେ ଏହି ମାମଲାର ଶୁଣାଣି ସମୟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ତଦନ୍ତ ରିପୋର୍ଟର କିଛି ନିର୍ଦ୍ଦିଷ୍ଟ ଅଂଶ ପ୍ରକାଶନ ଉପରେ ଅସନ୍ତୋଷ ପ୍ରକାଶ କରି କହିଥିଲେ, ‘କୌଣସି ପ୍ରମାଣ ବିନା ଦୁର୍ଘଟଣା ପାଇଁ ପାଇଲଟଙ୍କୁ ଦୋଷ ଦିଆଯାଇ ପାରିବ ନାହିଁ। ତଦନ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ତେଣୁ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ।’

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE