ରାଜ୍ୟ

ନୂଆପଡ଼ା ଉପନିର୍ବାଚନରେ ଇସିଆଇଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ

0
(0)

ନୂଆପଡ଼ା ଉପନିର୍ବାଚନରେ ଇସିଆଇଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ । କହିଲେ ନୂଆପଡାରେ ସାଇଲେନସ ପିରିୟଡର ଉଲ୍ଲଂଘନ ହେଉଛି । ନୂଆପଡ଼ା ବାହାରୁ ଭାରତୀୟ ଜନତା ପାର୍ଟିର ନେତା ଏବଂ କର୍ମୀମାନେ ଅବାଧରେ ବୁଲୁଛନ୍ତି।

ଅନୁଚିତ ଉପାୟରେ ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ନବୀନ ପଟ୍ଟନାୟକ। ତେଣୁ ଭାରତୀୟ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ଦଳ ନେତା।

ବିଶେଷ କରି ୪୮ ଘଣ୍ଟିଆ ସାଇଲେନ୍ସ ପିରିୟଡକୁ କଡ଼ାକଡ଼ି ଲାଗୁ କରିବା, ସ୍ଥାନୀୟ ରାଜନେତାଙ୍କୁ ଛାଡି ବାହାର ନେତା ନୂଆପଡ଼ା ଛାଡିବା, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ନିରପେକ୍ଷ ଭାବେ କାମ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ନିର୍ବାଚନ କମିଶନଙ୍କୁ ଅପିଲ କରିଛନ୍ତି ନବୀନ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE