୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ
୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ । ଭୁବନେଶ୍ବର ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନ ଗିରଫ। ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ପୋଲିସ ।
ରାଜ୍ୟ ବାହାରକୁ ଖସିବାକୁ ଉଦ୍ୟମ ବେଳେ ଗିରଫ ହୋଇଛି ସୁଧାଂଶୁ । ଗତ ମାସ ୧୩ତାରିଖରେ ସୁଧାଂଶୁଙ୍କୁ ପଏଣ୍ଟ ବ୍ୟାଙ୍କରୁ ଗୁଳି କରିଥିଲା ଅଭିଯୁକ୍ତ ।
ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ବାପା ପୁଅକୁ ହତ୍ୟା କରିଥିଲା। ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ଏବେ ବନ୍ଧା ହୋଇଛି ସଦାଶିବ ପ୍ରଧାନ ଓରଫ ଶିବା ।
