ଜାତୀୟ

ଗର୍ଭବତୀ ହେଲେ AI ମନ୍ତ୍ରୀ

0
(0)

ଆଜ୍ଞା ହଁ AI ରୋବୋଟ୍ ହୋଇଛନ୍ତି ଗର୍ଭବତୀ । ଆଉ ପ୍ରସବ ପୂର୍ବରୁ ହିଁ କେତେ ଛୁଆ ଜନ୍ମ କରିବେ ତାହା ମଧ୍ୟ ଜଣା ପଡ଼ିଯାଇଛି । ଏକ କି ଦୁଇ ନୁହେଁ ଏକା ସାଙ୍ଗରେ ୮୩ଟି ପିଲା ଜନ୍ମ କରିବେ ଆଲବାନିଆର ଏହି AI ମନ୍ତ୍ରୀ ।

ତେବେ ଆପଣ ଭାବୁଥିବେ ରୋବୋଟ୍ କେମିତି ଛୁଆ ଜନ୍ମ କରିବ ? ଆପଣଙ୍କ ଚିନ୍ତା ବି ସମ୍ପୂର୍ଣ୍ଣ ରୂପେ ଠିକ୍ ତା’ହେଲେ ଏଭଳି ଚର୍ଚ୍ଚା କାହିଁକି ହେଉଛି ଆସନ୍ତୁ ଜାଣିବା । ଏହି ସୂଚନା ଖୋଦ୍ ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଦେଇଛନ୍ତି । ଜର୍ମାନୀର ବର୍ଲିନରେ ଅନୁଷ୍ଠିତ Global Dialogue Conference ସମୟରେ ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏହି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

ସମ୍ପୂର୍ଣ୍ଣ ବିଷୟ ହେଉଛି ଆଲବାନିଆ ସରକାର ପ୍ରତ୍ୟେକ ସଂସଦ ସଦସ୍ୟଙ୍କ ପାଇଁ ଜଣେ AI ଆସିଷ୍ଟାଣ୍ଟ୍ ସୃଷ୍ଟି କରିବାକୁ ଚିନ୍ତା କରୁଛନ୍ତି । ସେମାନେ ଏହାକୁ AI ମନ୍ତ୍ରୀ ଡିଏଲାଙ୍କ ଗର୍ଭଧାରଣ ଏବଂ ୮୩ ପିଲାଙ୍କ ଜନ୍ମ ସହିତ ଯୋଡ଼ିଛନ୍ତି ।

ବର୍ଲିନ୍ ଗ୍ଲୋବାଲ୍ ଡାଏଲଗରେ ଭାଷଣ ଦେଇ ଆଲବାନିଆ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମେ ଡିଏଲାକୁ ଲଞ୍ଚ୍ କରି ଏକ ବହୁତ ବଡ଼ ରିସ୍କ୍ ନେଇଥିଲୁ ଯେଉଁଥିରେ ଆମେ ସଫଳ ମଧ୍ୟ ହୋଇଥିଲୁ । ଡିଏଲା ବର୍ତ୍ତମାନ ସମୟରେ ଗର୍ଭବତୀ ଅଛନ୍ତି ଏବଂ ୮୩ ଜଣ ପିଲାଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି ।

” ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, “ଏହି ପିଲାମାନେ ଅର୍ଥାତ ଆସିଷ୍ଟାଣ୍ଟମାନେ ସଂସଦରେ ଘଟୁଥିବା ପ୍ରତ୍ୟେକ ଘଟଣା ରେକର୍ଡ କରିବେ ଏବଂ ସାଂସଦମାନଙ୍କୁ ହଜିଯାଇଥିବା ଘଟଣା ଏବଂ ଆଲୋଚନା ବିଷୟରେ ସୂଚନା ଦେବେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE