ରାଜ୍ୟ

ବାଲିଯାତ୍ରା ରେ ଉଡ଼ିବନି ଡ୍ରୋନ୍‌

0
(0)

ବାଲିଯାତ୍ରାକୁ ନିମନ୍ତ୍ରିତ ଭିଭିଆଇପି ଅତିଥିଙ୍କ ସମେତ ଯାତ୍ରା ପଡ଼ିଆରେ ସମବେତ ଲକ୍ଷାଧିକ ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାର ୫ କିଲୋମିଟର ପରିଧି ଅଞ୍ଚଳକୁ ‘ଡ୍ରୋନ୍‌ମୁକ୍ତ ଅଞ୍ଚଳ’ ଘୋଷଣା କରାଯାଇଛି । ବାଲିଯାତ୍ରା ଉପର ଏବଂ ତଳ ପଡ଼ିଆ ଉପରେ କେବଳ ଡ୍ରୋନ୍‌ ନୁହେଁ, ପାରା ଗ୍ଲାଇଡର୍‌, ପାରା ମୋଟର୍ସ, ପାୱାର୍‌ ହ୍ୟାଙ୍ଗ୍‌ ଗ୍ଲାଇଡର୍‌, ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍‌ଟ, ହଟ୍‌ ଏୟାର ବେଲୁନ୍‌, ୟୁଏଭି ଆଦି ଉଡ଼ାଣ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଆଜି ଏହି ମର୍ମରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଆସନ୍ତା ନଭେମ୍ବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଐତିହାସିକ ବାଲିଯାତ୍ରା କଟକ ୨୦୨୫ ମହୋତ୍ସବ ଆୟୋଜନ କରାଯାଉଛି । ଏଥିରେ ପ୍ରତିବର୍ଷ ୬୦ରୁ ୭୦ ଲକ୍ଷ ଦର୍ଶକଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ମହୋତ୍ସବ ଉଭୟ ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆରେ ୬୦ ଏକରରୁ ଅଧିକ ସ୍ଥାନରେ ବିଶାଳ ଆକାରରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ସମୟରେ ଅନେକ ଭିଭିଆଇପି ଏବଂ ଭିଆଇପି ଅତିଥି ଐତିହାସିକ ମହୋତ୍ସବ ଦେଖିବା ପାଇଁ ଆସିବାର ସମ୍ଭାବନା ରହିଛି । ସେମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି । ୨୦୨୫ ନଭେମ୍ବର ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଡ୍ରୋନ୍‌ ମୁକ୍ତ ଅଞ୍ଚଳ ଉପରେ ସବୁ ପ୍ରକାରର ଉଡ଼ାଣକୁ କଡ଼ାକଡ଼ି ନିଷିଦ୍ଧ କରାଯାଇଛି । ଆଦେଶ ଉଲ୍ଲଂଘନ କଲେ ଏନ୍‌ଫୋର୍ସମେଣ୍ଟ୍‌ ଦଳ ଦ୍ୱାରା ଉକ୍ତ ସାମଗ୍ରୀ ଜବତ କରାଯିବ । ଆଇନ ଅନୁଯାୟୀ ଦଣ୍ଡ ବିଧାନ ମଧ୍ୟ କରାଯିବ । ତେଣୁ ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ପରିଧି ମଧ୍ୟରେ ଏପରି କୌଣସି ଉପକରଣ ପରିଚାଳନା କରିବା ପୂର୍ବରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟିକ ବିଭାଗରୁ ଆବଶ୍ୟକ ଅନୁମତି ନେବାକୁ କୁହାଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE