୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ଓଡ଼ିଶା, ବିହାର ଓ ହରିୟାଣା ପାଇଁ ବିଜେପି ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରକ୍ରିୟା ଏବଂ ଦଳୀୟ ରଣନୀତିର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଦଳ ଅଭିଜ୍ଞ ନେତାମାନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି ।
ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଏବଂ କେନ୍ଦ୍ରମନ୍ତ୍ରୀ ହର୍ଷ ମଲହୋତ୍ରାଙ୍କୁ ବିହାର ରାଜ୍ୟର ଦାୟିତ୍ବ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେହିଭଳି ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭୀଙ୍କୁ ହରିୟାଣା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ଦଳ । ସେହିଭଳି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଚନ୍ଦ୍ରଶେଖର ବାବନକୁଲେଙ୍କୁ ଓଡ଼ିଶା ଦାୟିତ୍ବ ପ୍ରଦାନ କରାଯାଇଛି ।
ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଏହି ପଦକ୍ଷେପ ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଜେପିର ଏହି ପର୍ଯ୍ୟବେକ୍ଷକ ନିଯୁକ୍ତି ଆଞ୍ଚଳିକ ସମୀକରଣ ଏବଂ କେନ୍ଦ୍ର-ରାଜ୍ୟ ସମନ୍ୱୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ବିହାର, ହରିୟାଣା ଏବଂ ଓଡ଼ିଶା ପାଇଁ ଚଳିତ ରାଜ୍ୟସଭା ନିର୍ବାଚନ ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ।
