କଂଗ୍ରେସ ଡାକି ନାଣ୍ଡୁ ବାବୁଙ୍କୁ କଲା ମନା
ପୁଣି ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ନାଣ୍ଡୁ ବାବୁ । କଂଗ୍ରେସ ଭବନକୁ ଆସିଥିଲେ ହେଲେ ତାଙ୍କୁ ଭିତରେ ପ୍ରବେଶ କରାଇ ଦିଅଗଲା ନାହିଁ ବୋଲି କହିଛନ୍ତି ନାଣ୍ଡୁ ଧଳ । କିଛି ସମର୍ଥକଙ୍କୁ ନେଇ କଂଗ୍ରେସ ଭବନରେ ପହଞ୍ଚିଥିଲେ ନାଣ୍ଡୁ ଧଳ । କିନ୍ତୁ ତାଙ୍କୁ ଭିତରକୁ ପଶିବାକୁ ଦିଆଯାଇ ନଥିଲା । ଏନେଇ ଷଡଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ନାଣ୍ଡୁ ।
ନାଣ୍ଡୁ ଧଳଙ୍କ କହିବା ଅନୁସାରେ କଂଗ୍ରେସ ଦଳରେ ମିଶିବେ ବୋଲି ତାଙ୍କୁ ପିସିସି ସଭାପତି ୧୫ ତାରିଖ ସମୟ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ କହିଲେ ଏନେଇ ଚିନ୍ତା କରାଯାଉଛି, ପରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବା । ତେବେ କାହିଁକି ମିଶିବା ପାଇଁ ସମୟ ଦେଉଥିଲେ ପିସିସି ସଭାପତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ନାଣ୍ଡୁ ।
ନାଣ୍ଡୁ କଂଗ୍ରେସ ଦଳରେ ଆଗରୁ ରହିଛନ୍ତି, ସେ ନିଜ ୨୦ ହଜାର ସମର୍ଥକମାନଙ୍କୁ କଂଗ୍ରେସ ଦଳରେ ମିଶାଇବାକୁ ଆଣିଥିଲେ ବୋଲି କହିଛନ୍ତି । କିନ୍ତୁ ତାଙ୍କୁ କଂଗ୍ରେସ ଭବନ ଭିତରକୁ ଯିବାକୁ ତାଙ୍କୁ ଅନୁମତି ମିଳିଲା ନାହିଁ । ତେଣୁ ସେ ନିଜ ସମର୍ଥକଙ୍କୁ ନେଇ ଦିଲ୍ଲୀ ଯିବେ ବୋଲି କହିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଭେଟି ଅବଗତ କରାଇବେ ବୋଲି ସୂଚନା ଦେଇଛନ୍ତି
