ରାଜ୍ୟ

ସକାଳୁ ଆଜି ଆମିଷ ବଜାରରେ ଭିଡ଼

0
(0)

ରାଜ୍ୟର ସକାଳୁ ସକାଳୁ ଆଜି ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଲାଣି । ଦାମକୁ ନଦେଖି ନିଜ ନିଜ ପସନ୍ଦର ଆମିଷ କିଣିବାରେ ବ୍ୟସ୍ତ ଗ୍ରାହକ । ଗୋଟିଏ ମାସର ବ୍ୟବଧାନ ପରେ ଛାଡଖାଇରେ ଭଳ ବ୍ୟବସାୟ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବ୍ୟବସାୟୀ । ଗତକାଲି ଗୁରୁବାର ଥିବାରୁ କାଁ ଭାଁ ଲୋକ ଆମିଷ ଖାଇଥିଲେ । ତେବେ ଆଜି ଭେରାଇଟ ଆମିଷ ଖାଦ୍ୟ ଖାଇବାକୁ ଲୋକଙ୍କ ଭିଡ଼ ଜମିଛି ।

ପଞ୍ଚୁକ ପରେ ପାଟିରେ ଟିକେ ଆଇଁସ ବାଜିବ। କିନ୍ତୁ ଗତକାଲି ଛାଡ଼ଖାଇରେ ଫାଙ୍କା ଫାଙ୍କା ଥିଲା ଆମିଷ ବଜାର । ମାର୍ଗଶୀର ମାସ ଗୁରୁବାର ପଡୁଥିବାରୁ ଆମିଷ ବଜାରରେ ବେପାର ମାନ୍ଦା ହୋଇଥିଲା। ଆଜି ଶୁକ୍ରବାର ଆମିଷ ବାରି ଥିବାରୁ ଆମିଷ ବଜାରରେ ଭିଡ଼ ।

ଛାଡ଼ଖାଇରେ ମଟନର ଅଧିକ ଡିମାଣ୍ଡ ରହିବ। ୧ ମାସ ଧରି ଲୋକେ ଆମିଷ ଖାଇ ନ ଥିବାରୁ ମଟନ ଖାଇବାକୁ ଅଧିକ ପସନ୍ଦ କରିବେ। ଏହାକୁ ନଜରରେ ରଖି ମଟନ ବ୍ୟବସାୟୀମାନେ ଆଗୁଆ ଖାସି ଆଣି ଷ୍ଟକୟାର୍ଡରେ ରଖିଛନ୍ତି । ସେହିପରି ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ଚିକେନ୍‌, ମାଛ, ଚିଙ୍ଗୁଡ଼ି , କଙ୍କଡ଼ା ଆଦି ପର୍ଯ୍ୟାପ୍ତ ପରିମାଣରେ ରଖାଯାଇଛି । ବିଶେଷ କରି ରୋହି, ଭାକୁଡ଼, ଇଲିସ, ଚିଙ୍ଗୁଡି, ଚାନ୍ଦି, ଭେକଟି ମାଛର ଚାହିଦା ଅଧିକ ରହିଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE