ଆସୁଛି ବାତ୍ୟା ;କେଉଁଠି ହେବ ଲ୍ୟାଣ୍ଡଫଲ ହେଇନି ସ୍ପଷ୍ଟ
ବଙ୍ଗୋପସାଗରରେ ଅବପାତ । ଆନ୍ଧ୍ର ଉପକୂଳମୁହାଁ ସମ୍ଭାବ୍ୟ ବାତ୍ୟା । ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ଏହା ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୦୪୦କିମି ଏବଂ ବିଶାଖାପାଟନମଠାରୁ ଦକ୍ଷିଣପୂର୍ବ ଦିଗରେ ୯୯୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆସନ୍ତାକାଲି ବେଳକୁ ଏହା ବଳ ଗୋଟାଇ ଗଭୀର ଅବପାତରେ ପରିଣତ ହେବ। ପରେ ୨୭ରେ ବାତ୍ୟା ରୂପ ନେବ । ତେବେ ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ ଆକଳନ କରାଯାଇନି।
• ବଙ୍ଗୋପସାଗରରେ ଅବପାତ
• ଆନ୍ଧ୍ର ଉପକୂଳମୁହାଁ ସମ୍ଭାବ୍ୟ ବାତ୍ୟା
• ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୦୪୦ କିମି ଦୂରରେ ଅବପାତ
• ବିଶାଖାପାଟନମଠାରୁ ଦକ୍ଷିଣପୂର୍ବ ଦିଗରେ ୯୯୦କିମି ଦୂରରେ କେନ୍ଦ୍ରୀଭୂତ
• କାଲି ବଳ ଗୋଟାଇ ଗଭୀର ଅବପାତରେ ପରିଣତ ହେବ
• ୨୭ ସକାଳ ବେଳକୁ ବାତ୍ୟା ରୂପ ନେବ
• କେଉଁଠି ହେବ ଲ୍ୟାଣ୍ଡଫଲ୍, ହୋଇନି ସ୍ପଷ୍ଟ
