ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ୨% ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କୁ ପୂଜା ଭେଟି । ବଢ଼ିଲା ସେମାନଙ୍କ ମହଙ୍ଗା ଭତ୍ତା (ଡିଏ) । ସେମାନଙ୍କୁ ଅଧିକ ୨% ମହଙ୍ଗା ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି କର୍ମଚାରୀମାନେ ଏଣିକି ୫୩ ପ୍ରତିଶଦ ବଦଳରେ ୫୫ ପ୍ରତିଶତ ଭତ୍ତା ପାଇବେ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲା ୨୦୨୫ରୁ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଗସ୍ତରେ ଥିବା ବେଳେ ଶୁକ୍ରବାର ଦିନ ତମାମ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଥିଲା । ବିଳମ୍ବିତ ରାତି ଯାଏଁ ସେ ସରକାରୀ ଫାଇଲ କାମ କରିବା ସହ ଏହି ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି
