ଜାତୀୟ

ଡିନୋ ମୋରିଆଙ୍କ ଘରେ ଇଡି ଚଢ଼ଉ

0
(0)

୬୫ କୋଟି ଟଙ୍କାର ମିଠି ନଦୀ ସଫେଇ ଦୁର୍ନୀତି ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ମୁମ୍ବାଇ ଏବଂ କେରଳର ୧୫ ରୁ ଅଧିକ ସ୍ଥାନରେ ଚଢାଉ କରିଛି। ତଲାସ କରାଯାଇଥିବା ସ୍ଥାନ ମଧ୍ୟରେ ବଲିଉଡ ଅଭିନେତା ଡିନୋ ମୋରିଆଶୁକ୍ରବାର ମୁମ୍ବାଇ ଏବଂ କେରଳର ୧୫ ରୁ ଅଧିକ ସ୍ଥାନରେ ଚଢାଉ କରିଛି। ତଲାସ କରାଯାଇଥିବା ସ୍ଥାନ ମଧ୍ୟରେ ବଲିଉଡ ଅଭିନେତା ଡିନୋ ମୋରିଆ, ବିଏମ୍‌ସି ସହକାରୀ ଇଞ୍ଜିନିୟର ପ୍ରଶାନ୍ତ ରାମୁଗାଡେ ଏବଂ ଅନେକ ଠିକାଦାରଙ୍କ ବାସଭବନ ଅନ୍ତର୍ଭୁକ୍ତ।

ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀ ଅଭିନେତା ଡିନୋ ମୋରିଆଙ୍କୁ ଇଓଡବ୍ଲୁ ଦ୍ୱାରା ପୂର୍ବରୁ ଦୁଇଥର ପଚରାଉଚରା କରାଯାଇଥିଲା। ଅବୈଧ ପାଣ୍ଠି ଠାବ କରିବା ପାଇଁ ଇଡି ଏବେ ଚଢାଉ ସମୟରେ ଜବତ ହୋଇଥିବା ଆର୍ଥିକ ଡକ୍ୟୁମେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ସମୀକ୍ଷା କରୁଛି।ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡ୍ଲୁ) ଦ୍ୱାରା ପଞ୍ଜିକୃତ ଏକ ମାମଲା ପରେ, ଏହି ଚଢ଼ାଇ ପ୍ରକ୍ରିୟା ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ) ଅଧୀନରେ ବେନିୟମ୍‌ ଆର୍ଥିକ କାରବାର ତଦନ୍ତର ଏକ ଅଂଶ।୨୦୦୭ ରୁ ୨୦୨୧ ମଧ୍ୟରେ କେବେ ହୋଇନଥିବା ନଦୀ ସଫେଇ କାର୍ଯ୍ୟ ପାଇଁ ଠକେଇ ଦେୟରେ ସମ୍ପୃକ୍ତି ପାଇଁ ଇଓଡବ୍ଲୁ ପୂର୍ବରୁ ୧୩ ଜଣଙ୍କୁ ବୁକ୍ କରିଥିଲା, ଯେଉଁଥିରେ ବିଏମ୍‌ସି ଅଧିକାରୀ ଏବଂ ଠିକାଦାର ମଧ୍ୟ ସାମିଲ ଥିଲେ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE