ରାଜ୍ୟ

ବିଗ୍ ସ୍କ୍ରିନ୍ ରେ ଜଲୱା ଦେଖାଇବେ ସିନେ ପ୍ରଯୋଜକ ସୀତାରାମ ଅଗ୍ରୱାଲ

0
(0)

ବଡ଼ ପରଦାକୁ ପୁଣି ଫେରୁଛନ୍ତି ସିନେ ପ୍ରଯୋଜକ ସୀତାରାମ ଅଗ୍ରୱାଲ, ଦର୍ଶକ ଦେଖିବେ ନିଆରା ଓଡ଼ିଆ ସିନେମା।ଓଡ଼ିଆ ଚଳଚ୍ଚିତ୍ର ଜଗତର ସଫଳ ଓ ଅନୁଭବୀ ନିର୍ମାତା ସୀତାରାମ୍ ଅଗ୍ରୱାଲ୍, ଯିଏ ସବୁବେଳେ ନୂଆ କାହାଣୀ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ରକୁ ନୂତନ ଦିଗ ଦେଇଛନ୍ତି, ସେ ଏବେ ଆଉ ଏକ ତାଜା ଓ ଗଭୀର ଭାବନାତ୍ମକ ପ୍ରେମ କାହାଣୀ “ଛି ରେ ନନି” ସହିତ ବଡ଼ ପରଦାକୁ ଫେରୁଛନ୍ତି । ଏହି ଚଳଚ୍ଚିତ୍ର ୧ ଅଗଷ୍ଟ ୨୦୨୫ ରେ ମୁକ୍ତିଲାଭ କରିବାକୁ ଯାଉଛି ସାରା ଓଡ଼ିଶାର ସିନେମା ହଲ୍ ରେ ।

ଏହି ଚଳଚ୍ଚିତ୍ରର କାହାଣୀ  ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି ।ଏହି ନୂତନ ପିଢ଼ୀର ରୋମାଣ୍ଟିକ୍ ଫିଲ୍ମ , ନିରୀହ ପ୍ରେମ, ଗ୍ରାମ୍ୟ ବାସ୍ତବତା ଓ ହୃଦୟବିଦାରକ ନାଟକୀୟତାକୁ ଏକତ୍ର କରି ଦେଖାଉଛି , ଯେଉଁଠି ପ୍ରେମ , ପରିବାର ଓ ଭାଗ୍ୟକୁ ଅସ୍ୱୀକାର କରେ ।

ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନର୍ ରେ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି, ଶିବାନୀ ସଙ୍ଗୀତା, ଶୈଳେନ୍ଦ୍ର ଓ ଦିପନ୍ୱିତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ବରିଷ୍ଠ କାହାଣୀ ଓ ସାହସିକ ଚିତ୍ରଣ ଲାଗି ଆରମ୍ଭରୁ ହିଁ ଚର୍ଚ୍ଚାରେ ଅଛି । ସାରା ବିଶ୍ୱରେ ଚର୍ଚ୍ଚାରେ ଥିବା ଭାଇରାଲ ଗୀତ “ଛି ରେ ନନୀ ” କୁ ଦର୍ଶକ ଦେଖିବେ ନୂଆ ସ୍ୱାଦରେ । “ଛି ରେ ନନୀ” ସହିତ ଓଡ଼ିଆ ସିନେମା ଏକ ଉତ୍ସାହଜନକ ନୂଆ ଅଧ୍ୟାୟକୁ ପ୍ରବେଶ କରୁଛି – ଅପେକ୍ଷା କରନ୍ତୁ ୧ ଅଗଷ୍ଟ ୨୦୨୫ ତାରିଖକୁ !

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE