ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ
ପୁଣି ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । ଛତିଶଗଡ ବିଜାପୁର ଜାତୀୟ ଉଦ୍ୟାନ ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ ନିହତ ହୋଇଛି ଜଣେ ହାର୍ଡକୋର ମାଓ ନେତା । ତା’ ନାଁ ସୁଧାକର ଏବଂ ତା ମୁଣ୍ଡରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଘଟଣାସ୍ଥଳରୁ ସ୍ୱୟଂଚାଳିତ ବନ୍ଧୁକ ଜବତ ହୋଇଛି । ଡିଆରଜି କୋବ୍ରା ଓ ଏସଟିଏଫ ଯବାନଙ୍କ ମିଳିତ ଅଭିଯାନରେ ଏହି ସଫଳତା ମିଳିଛି । ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ବିଜାପୁର ଜାତୀୟ ଉଦ୍ୟାନ ଜଙ୍ଗଲରେ ହାର୍ଡକୋର ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଏହାପରେ ଡିଆରଜି କୋବ୍ରା ଓ ଏସଟିଏଫ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆଜି ଭୋର୍ରୁ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଥିଲା । ଏଥିରେ ମାଓ କ୍ୟାଡରର ସେଣ୍ଟ୍ରାଲ କମିଟି ସଦସ୍ୟ ସୁଧାକର ନିହତ ହୋଇଛି । ସେ ଜଣେ ମୋଷ୍ଟୱାଣ୍ଟେଡ ମାଓ ନେତା ଥିବା ଜଣାପଡିଛି ।
