ଜାତୀୟ

ସୋନ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ୫ ଜଣ ନିଖୋଜ

0
(0)

ସୋନ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ନିଖୋଜ ରହିଛନ୍ତି । ଘଟଣା ବଡେମ ଓପି ଥାନା ଅଞ୍ଚଳରେ ରଘୁନାଥପୁର ବାଲୁ ଘାଟରେ ହୋଇଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଏବଂ ପ୍ରଶାସନ ପହଞ୍ଚିଛି ।

ଘଟଣା ସ୍ଥଳରେ ଜିଲାପାଳ, ଏସପି, ଏସଡିଏମ, ଏସଡିପିଓ ଏବଂ ଅନ୍ୟ ସ୍ଥାନୀୟ ଅଧିକାରୀ ପହଞ୍ଚିଛନ୍ତି । ସ୍ଥାନୀୟ ବୁଡ଼ାଳିଙ୍କ ସହାୟତାରେ ଜଣେ ଯୁବତୀଙ୍କ ମ୍ତଦେହ ଉଦ୍ଧାର କରାଯାଇଛି । ତାଙ୍କ ପରିଚୟ ମଧ୍ୟ ମିଳିଛି ।

ଘଟଣା ବିଷୟରେ ଔରଙ୍ଗାବାଦ ଜିଲ୍ଲାପାଳ ଶ୍ରୀକାନ୍ତ ଶାସ୍ତ୍ରୀ ୫ ଜଣ ନିଖୋଜ ଥିବା କହିଛନ୍ତି । ସେ କହିଛନ୍ତି ଡଙ୍ଗା ଓଲଟିବାକୁ ଯୋଗୁଁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ନିଖୋଜକୁ ଖୋଜାଚାଲିଛି । ସେମାନେ ନଦୀ ପାର କରିବା ସମୟରେ ଡଙ୍ଗା ଓଲଟିପଡିଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE