ବାପା, ମାଆଙ୍କୁ ଅବହେଳା କଲେ କଟିବ ଦରମା
ଯଦି କେହି ସରକାରୀ କର୍ମଚାରୀ ନିଜ ବାପା, ମାଆଙ୍କୁ ଅବହେଳା କରେ, ସେମାନଙ୍କ ଉପଯୁକ୍ତ ଯତ୍ନ ନ ନିଏ ତେବେ ସେମାନଙ୍କ ମାସିକ ଦରମାରୁ ୧୦ରୁ ୧୫ ପ୍ରତିଶତ ଦରମା କଟିଯିବ ଏବଂ ଏହାକୁ ବାପା, ମାଆଙ୍କ ଆକାଉଣ୍ଟରେ ଜମା କରିଦିଆଯିବ । ଏହାସହ ନିଯୁକ୍ତି ପାଇବା ପରେ ସେମାନଙ୍କ ପାଖକୁ ଆସିଥିବା ଲୋକଙ୍କର ସମସ୍ୟାକୁ ଧୈର୍ଯ୍ୟର ସହ ବୁଝି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବେ’ ।
ଏଭଳି କରିବାକୁ ଖୁବଶୀଘ୍ର ଏକ ନୂଆ ନିୟମ ଆସିବ । ଏହି ନିୟମକୁ ପ୍ରସ୍ତୁତ କରିବାକୁ ରେଡ୍ଡୀ ତାମିଲନାଡ଼ୁ ମୁଖ୍ୟଶାସନ ସଚିବ ରାମକୃଷ୍ଣ ରାଓଙ୍କୁ ଅନୁରୋଧ କରିଥିଲେ । ନିଯୁକ୍ତି ପାଇବା ପରେ ସମସ୍ତେ ଦେଶର ବିକାଶ କରିବାକୁ ଚେଷ୍ଟା କରିବେ ।
‘ତେଲେଙ୍ଗାନା ରାଇଜିଙ୍ଗ-୨୦୪୭’ ଭିଜନକୁ ଦୃଷ୍ଟିରେ ରଖି ଚାଲିବାକୁ ଆହ୍ବାନ ଦେଇଛନ୍ତି । ରେଡ୍ଡୀ କହିଛନ୍ତି ପୂର୍ବର ବିଆରଏସ୍ ସରକାର ମାମଲା ପରେ ମାମଲା ଦାଏର କରି ନିଯୁକ୍ତି ସୁଯୋଗ ବାଟରେ ବିରାଟ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ରାଜ୍ୟର ସହିଦଙ୍କ ପରିବାରର ଦୁଃଖ ବୁଝିନଥିଲେ କିନ୍ତୁ କଂଗ୍ରେସ ବର୍ଷକ ଭିତରେ ୬୦ ହଜାର ନିଯୁକ୍ତି ଦେଇସାରିଲାଣି ।
