Highlightsରାଜ୍ୟ ବିମାନରେ ପିଟିହେଲା ପକ୍ଷୀ, ବର୍ତ୍ତିଲେ 180 ଯାତ୍ରୀ June 19, 2025 Interview Times 0 (0) ବିମାନ ଯାତାୟତରେ ଏବେ ଭୟ ବଢୁଛି । ବିମାନରେ ଯିବାକୁ ହେଲେ ଲୋକଙ୍କ ମନରେ ଛନକା ପଶୁଛି। ଗତ କିଛି ଦିନ ଭିତରେ ଅନେକ ବିମାନ ଜନିତ ଦୁର୍ଘଟଣାରୃ ଘଟିବା ପରେ ଆଜି ଆଉ ଏକ ଘଟଣା ସାମନ୍ନାକୁ ଆସିଛି । ପକ୍ଷୀ ମାଡ଼ର ଶିକାର ହେଲା ଇଣ୍ଡିଗୋ ବିମାନ, ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୮୦ ଯାତ୍ରୀଙ୍କ ଜୀବନ । ବୁଧବାର ଅପରାହ୍ନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ହୋଇଥିଲା । ପରେ ଗନ୍ତବ୍ୟସ୍ଥଳକୁ ନଯାଇ ଏହା ପୁଣିଥରେ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଇଣ୍ଡିଗୋ ବିମାନ ୬ଇ-୬୭୧୭ ରନୱେରେ ଉଡ଼ାଣ ଆରମ୍ଭ କରୁକରୁ ଏକ ବଡ଼ ପକ୍ଷୀ ସମ୍ମୁଖ ଭାଗରେ ପିଟି ହୋଇଥିଲା । ବିମାନ କକ୍ପିଟ୍ର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା । ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାରୁ ପାଇଲଟ୍ ବିମାନକୁ ପୁଣି ଅବତରଣ କରିବାକୁ ଏଟିସିକୁ ଅନୁମତି ମାଗିଥିଲେ । ଏଟିସି ତୁରନ୍ତ ଅନୁମତି ଦେବା ପରେ ବିମାନଟି ଅବତରଣ କରିଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆ ଯାଇପାରିଥିଲା । ଅଳ୍ପ ସମୟ ମଧ୍ୟରେ ହଠାତ୍ ବିମାନଟି ପୁଣି ଅବତରଣ କରିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ । How useful was this post? Click on a star to rate it! Submit Rating Average rating 0 / 5. Vote count: 0 No votes so far! Be the first to rate this post. We are sorry that this post was not useful for you! Let us improve this post! Tell us how we can improve this post? Submit Feedback Related posts:ଟ୍ରାଫିକ ଜାମ୍ ଯୋଗୁ ମୋହନ ଚରଣ ମାଝୀଙ୍କ ରୋଡ୍ ଶୋରେ ଆମ୍ବୁଲାନ୍ସ ଅଟକିଲାNovember 9, 2025ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’November 8, 2025ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ ୪ର୍ଥ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବNovember 8, 2025ସୂର୍ଯ୍ୟମନ୍ଦିର ନାଟମଣ୍ଡପକୁ ଚଢ଼ି ପାରିବେନି ପର୍ଯ୍ୟଟକNovember 8, 2025୭ ପୁଲିସ୍ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ଉଲ୍ଲେଖNovember 8, 2025ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀNovember 8, 2025 Post Views: 116 SHARE